ଦିଲ୍ଲୀ ହିଂସାକାଣ୍ଡ: ୩୦୦ରୁ ଅଧିକ ପୁଲିସକର୍ମୀ ଆହତ

ଦିଲ୍ଲୀ ହିଂସାକାଣ୍ଡ: ୩୦୦ରୁ ଅଧିକ ପୁଲିସକର୍ମୀ ଆହତ
ଦିଲ୍ଲୀ ହିଂସାକାଣ୍ଡ: ୩୦୦ରୁ ଅଧିକ ପୁଲିସକର୍ମୀ ଆହତ

ନୂଆଦିଲ୍ଲୀ,ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ହିଂସାକାଣ୍ଡ ଘଟି ୩୦୦ରୁ ଅଧିକ ପୁଲିସକର୍ମୀ ଆହତ ହୋଇଛନ୍ତି। ଏହି ପୁଲିସକର୍ମୀ ଲାଲକିଲ୍ଲା, ଆଇଟିଓ, ନାଙ୍ଗଲୋଇ ସମେତ ଅନେକ ଜାଗାରେ ହୋଇଥିବା ହିଂସା ସମୟରେ ଆହତ ହୋଇଥିଲେ। ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ଲାଲକିଲ୍ଲାରେ ହୋଇଥିବା ହିଂସାକୁ ନେଇ ଆଜି ଦିଲ୍ଲୀ ପୁଲିସ ସାମ୍ବାଦିକ ସମ୍ମିଳନୀ କରିବ। ଦିଲ୍ଲୀ ପୁଲିସ କମିଶନର ଏବେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରୁଛନ୍ତି।ସୂଚନାନୁଯାୟୀ, ଦିଲ୍ଲୀ ପୁଲିସର ଏସଏଚଓ ବୁରାଡୀଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଏସଏଚଓ ବଜୀରାବାଦ ମଧ୍ୟ ଗମ୍ଭୀର ରୂପେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ତାଙ୍କ ଆଙ୍ଗୁଳୀର ଅପରେସନ କରାଯାଉଛି। ହିଂସା ସମୟରେ ଉତ୍ତରୀ ଦିଲ୍ଲୀର ୪୧, ପୂର୍ବ ଦିଲ୍ଲୀର ୩୪, ପଶ୍ଚିମ ଦିଲ୍ଲୀର ୨୭, ଦ୍ୱାରକାର ୩୨, ବାହରୀ-ଉତ୍ତରୀ ଜିଲ୍ଲାର ୧୨, ଶାହଦରାର ୫, ଦକ୍ଷିଣ ଜିଲ୍ଲାର ୪ ଓ ଦିଲ୍ଲୀର ବାହାର ଜିଲ୍ଲାରେ ୭୫ଜଣ ପୁଲିସକର୍ମୀ ଆହତ ହୋଇଛନ୍ତି।