ଦିଲ୍ଲୀ ହିଂସା: ଆଉ ଜଣେ ଅଭିଯୁକ୍ତ ଇକବାଲ ସିଂହ ଗିରଫ

ଦିଲ୍ଲୀ ହିଂସା: ଆଉ ଜଣେ ଅଭିଯୁକ୍ତ ଇକବାଲ ସିଂହ ଗିରଫ
ଦିଲ୍ଲୀ ହିଂସା: ଆଉ ଜଣେ ଅଭିଯୁକ୍ତ ଇକବାଲ ସିଂହ ଗିରଫ

ଦିଲ୍ଲୀ ହିଂସାର ଅନ୍ୟତମ ଅଭିଯୁକ୍ତ ଇକବାଲ ସିଂଙ୍କୁ ପଞ୍ଜାବର ହୋସିୟାରପୁରରୁ ଗିରଫ କରାଯାଇଛି। ସ୍ପେଶାଲ ସେଲ୍‌ ଟିମ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି। ଗତ ୨୬ ତାରିଖରେ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀର ଲାଲକିଲାରେ ଘଟିଥିବା ହିଂସାକାଣ୍ଡରେ ଇକବାଲଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ତାଙ୍କ ନାମରେ ଦିଲ୍ଲୀ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ଏହା ପୂର୍ବରୁ ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ପୁଲିସ ଗିରଫ କରିଥିଲା। ଦୀପ ସିଦ୍ଧୁ, ଜୁଗରାଜ ସିଂହ, ଗୁରଜୋତ ସିଂହ ଏବଂ ଗୁରଜନ୍ତ ସିଂହଙ୍କ ଉପରେ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିଲାବେଳେ ଜାଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ୍‌ ସିଂହଙ୍କ ନାମରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷିତ ହୋଇଥିଲା।