ଦିଲ୍ଳୀ ରେ ଭୂମିକମ୍ପ ଝଟ୍‌କା

ଦିଲ୍ଳୀ ରେ ଭୂମିକମ୍ପ ଝଟ୍‌କା
ଦିଲ୍ଳୀ ରେ ଭୂମିକମ୍ପ ଝଟ୍‌କା

ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ। ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ରାତି ୧୦.୩୪ରେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ପ୍ରଭାବ ହରିୟାଣା, ରାଜସ୍ଥାନ, ଜାମ୍ମୁ କାଶ୍ମୀରରେ ପଡ଼ିଛି। ଭୂକମ୍ପର କେନ୍ଦ୍ର ତାଜିକିସ୍ତାନ ଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା ସୂଚନା ମିଳିଛି। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଦିଲ୍ଳୀ-ଏନସିଆରରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ। କିଛି ଲୋକ ଖାଇବାକୁ ବସିଥିବା ବେଳେ କିଛି ଶୋଇବାକୁ ପ୍ରସ୍ତୁତ ହେଉଥିଲେ।