ଦେଶଦ୍ରୋହ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଦେଶଦ୍ରୋହ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ
ଦେଶଦ୍ରୋହ ମାମଲାରେ ଈଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ଵର: ବହୁଚର୍ଚ୍ଚିତ ଈଶ୍ୱର ରାୟ ମାମାଲାରେ ଆଜି ଅନ୍ତିମ ଶୁଣାଣି ହୋଇଛି। ଈଶ୍ୱରଙ୍କୁ ବାଲେଶ୍ୱର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଈଶ୍ୱର ବେହେରା ଆଜି ବାଲେଶ୍ୱର ଏଡିଜେ କୋର୍ଟରେ ହାଜର ହୋଇଥିଲେ।

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ମାମଲାରେ ଈଶ୍ୱରଙ୍କୁ ୨୦୧୫ ମସିହା ଜାନୁଆରୀ ୨୨ରେ ଚାନ୍ଦିପୁର ପୁଲିସ ଗିରଫ କରିଥିଲା। ଈଶ୍ୱର ବାଲେଶ୍ୱର ଜେଲରେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲା। ପରେ ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଆଉ ଆଜି ଦେଶଦ୍ରୋହ ମାମଲାରେ ଏଡିଜେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାରେ କ୍ରାଇବ୍ରାଞ୍ଚ ତରଫରୁ ଚିତ୍ତରଞ୍ଜନ କାନୁନଗୋ, ପ୍ରଶାନ୍ତ ମଲ୍ଲିକ ଓ ଈଶ୍ୱର ବେହେରାଙ୍କ ତରଫରୁ ହରେକୃଷ୍ଣ ଦାଶ ଲଢ଼ୁଥିଲେ।