ଦେଶରେ ଆଇଏଏସ୍ ହେବା ସହଜ ଏବଂ ଶିକ୍ଷକ ହେବା କଠିନ : ଶିକ୍ଷାମନ୍ତ୍ରୀ

ଦେଶରେ ଆଇଏଏସ୍ ହେବା ସହଜ ଏବଂ ଶିକ୍ଷକ ହେବା କଠିନ : ଶିକ୍ଷାମନ୍ତ୍ରୀ
ଦେଶରେ ଆଇଏଏସ୍ ହେବା ସହଜ ଏବଂ ଶିକ୍ଷକ ହେବା କଠିନ : ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଲାଇଭ ଆସି ସିବିଏସଇ ସ୍କୁଲର ଅଧ୍ୟକ୍ଷ ଓ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶିକ୍ଷାମନ୍ତ୍ରୀ ନୂଆ ଶିକ୍ଷାନୀତି ୨୦୨୦କୁ ନେଇ ଚର୍ଚ୍ଚା କରଛନ୍ତି। ସ୍ୱାଧୀନତା ପରେ ଏମିତି ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି ଯାହାକି ଶିକ୍ଷା କ୍ଷେତ୍ରରେ କମାଲ କରିବ ବୋଲି ପୋଖରିୟାଲ କହିଛନ୍ତି। ସେ ଶିକ୍ଷକଙ୍କର ପ୍ରଶଂସା କରିବାକୁ ଯାଇ କହିଛନ୍ତି ଯେ, ‘ଦେଶରେ ଆଇଏଏସ୍ ହେବା ସହଜ ଏବଂ ଶିକ୍ଷକ ହେବା କଠିନ।’

ପୋଖରରିୟାଲ ଆହୁରି କହିଛନ୍ତି ଯେ, ଭାରତ ପାଖରେ ସବୁକିଛି ରହିଛି ଖାଲି ଆଗକୁ ବଢ଼ିବା ପାଇଁ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଆମ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଭାରତକୁ ଶୀର୍ଷରେ ପହଞ୍ଚାଇବେ ବୋଲି ମୋର ପୂର୍ଣ୍ଣ ଭରସା ରହିଛି। କରୋନା କାଳରେ ଅନଲାଇନ କ୍ଲାସକୁ ପ୍ରାଧାନ୍ୟ ମିଳିଲା। ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ କୌଣସି ଛାତ୍ରର ପଢ଼ା ଖରାପ ହୋଇନାହିଁ ଯାହାକି ଏହାର ସବୁଠୁ ବଡ଼ ଉଦାହରଣ। ଛାତ୍ରଛାତ୍ରୀ ଏଭଳି ପରିସ୍ଥିତରେ ସାହସ ଦେଖାଇ ଏହି ଚ୍ୟାଲେଞ୍ଜର ସାମ୍ନା କରି ସମଗ୍ର ଦେଶ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।