ଦେଶରେ କୋଟିଏ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ କୋଟିଏ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ କୋଟିଏ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପହଞ୍ଚିଯାଇଛି। ଦେଶରେ କରୋନା କାୟା ଥମିଥିଲେ ମଧ୍ୟ ଏପର୍ଯ୍ୟନ୍ତ କମିନାହିଁ। ବ୍ରାଜିଲ, ଜର୍ମାନୀ, ଋଷ, ବ୍ରିଟେନ ସମେତ ଆହୁରି ଅନ୍ୟ ଦେଶରେ ଭାରତଠାରୁ ଅଧିକ ସଂକ୍ରମିତ ମାମଲା ରହିଛି। ଦେଶରେ ଲଗାତାର ଷଷ୍ଠ ଦିନରେ ୩୦ ହଜାରରୁ କମ୍ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୨୫ ହଜାର ୧୫୨ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୨୯ ହଜାର ୮୫୫ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ହୋଇଥିବାବେଳେ ୧ଲକ୍ଷ ୪୫ ହଜାର ୧୩୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୯୫ ଲକ୍ଷ ୫୦ ହଜାର ଲୋକ ସୁସ୍ଥ ହୋଇଛନ୍ତି ଓ ୩ଲକ୍ଷ ୮ ହଜାର ଚିକିତ୍ସିତ ହେଉଛନ୍ତି।

ଆଇସିଏମଆରର ରିପୋର୍ଟ ମୁତାବିକ, ଡିସେମ୍ବର ୧୮ ସୁଦ୍ଧା ୧୬ କୋଟି କରୋନା ଟେଷ୍ଟ ହୋଇଥିବାବେଳେ ଗତକାଲି ୧୧ ଲକ୍ଷ ଟେଷ୍ଟ କରାଯାଇଛି। ଦେଶରେ ଆକ୍ରାନ୍ତଙ୍କ ହାର ୭ ପ୍ରତିଶତ ରହିଛି। ସେହିପରି ୨୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ସଂକ୍ରମିତଙ୍କ ମାମଲା ୨୦ ହଜାରରୁ କମ୍ ରହିଥିବା ଜଣାପଡ଼ିଛି।