ଦେଶର ଶାସକ ପ୍ରତିଦିନ ନିଜର ଆତ୍ମ ବିଶ୍ଳେଷଣ କରୁ, ଦେଖୁ ନିଜର ଦୁର୍ଗୁଣ ଅଛି କି ନାହିଁ: ପ୍ରଧାନ ବିଚାରପତିଙ୍କ ବଡ ବୟାନ

ଦେଶର ଶାସକ ପ୍ରତିଦିନ ନିଜର ଆତ୍ମ ବିଶ୍ଳେଷଣ କରୁ, ଦେଖୁ ନିଜର ଦୁର୍ଗୁଣ ଅଛି କି ନାହିଁ: ପ୍ରଧାନ ବିଚାରପତିଙ୍କ ବଡ ବୟାନ
ଦେଶର ଶାସକ ପ୍ରତିଦିନ ନିଜର ଆତ୍ମ ବିଶ୍ଳେଷଣ କରୁ, ଦେଖୁ ନିଜର ଦୁର୍ଗୁଣ ଅଛି କି ନାହିଁ: ପ୍ରଧାନ ବିଚାରପତିଙ୍କ ବଡ ବୟାନ

ପୁଟ୍ଟପର୍ତ୍ତୀ ୨୨।୧୧ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ନିଜର କାର୍ଯ୍ୟ ପ୍ରଣାଳୀକୁ ନେଇ ସତର୍କ କରାଇ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଶାସକଙ୍କୁ ପ୍ରତିଦିନ ନିଜର ଆତ୍ମ ବିଶ୍ଳେଷଣ କରିବା ଉଚିତ୍ ଯେ, ତା ଦ୍ଵାରା ନିଆଯାଉଥିବା ନିର୍ଣ୍ଣୟ ଠିକ୍ କି ନାହିଁ। ଏହା ମଧ୍ୟ ଦେଖିବା ଉଚିତ୍ ଯେ, ନିଜଠି କୌଣସି ଖରାପ ଗୁଣ ନାହିଁ ତ।

ଆନ୍ଧ୍ର ପ୍ରଦେଶର ଅନନ୍ତପୁରମ ଜିଲ୍ଲାର ପୁଟ୍ଟପର୍ତ୍ତୀ ସ୍ଥିତ ଶ୍ରୀ ସତ୍ୟ ସାଇ ଇନଷ୍ଟିଚ୍ୟୁଟ୍ ଅଫ ହାୟର ଲର୍ଣ୍ଣିଂର ୪୦ତମ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏହି ସମୟରେ ସେ ରାମାୟଣ ଓ ମହାଭାରତର ଉଦାହରଣ ମଧ୍ୟ ଦେଇଛନ୍ତି। ବିଚାରପତି ରମନା କହିଛନ୍ତି, ଏହି ଦୁଇ ମହାଗ୍ରନ୍ଥରେ ରାଜାଙ୍କ ୧୪ ଦୁର୍ଗୁଣ ବିଷୟରେ ଦର୍ଶାଯାଇଛି।  ଶାସକଙ୍କୁ ସର୍ବଦା ନିଜର ଖରାପ ଗୁଣ ଏବଂ ନିଜର ନିଷ୍ପତ୍ତିରେ କଣ ଭୁଲ୍ ଏବଂ କଣ ଠିକ୍ ରହୁଛି ତାହା ଜାଣିବା ଉଚିତ୍। ବିଶେଷ କରି ନିଜ ଦୁର୍ଗୁଣରୁ ନିବୃତ୍ତ ରହିବା ଉଚିତ୍ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଜଷ୍ଟିସ ରମନା କହିଛନ୍ତି, ଗଣତାନ୍ତ୍ରିକ ଦେଶରେ ସମସ୍ତ ସରକାରଙ୍କୁ ପ୍ରତି ଦିନ  ନିଜର ନିୟମିତ କାମ ଆରମ୍ଭ କରିବା ପୂର୍ବରୁ ନିଜର ଆତ୍ମ ବିଶ୍ଳେଷଣ କରିବା ଉଚିତ୍ ଯେ, ସେମାନଙ୍କଠାରେ କୌଣସି ଖରାପ ଗୁଣ ନାହିଁ ତ। ଗଣତନ୍ତ୍ରରେ ଉଚିତ୍ ଶାସନର ଆବଶ୍ୟକତା ରହିଛି ଏବଂ ତାହା ଜନତାଙ୍କ ଆବଶ୍ୟକ ମୁତାବକ ହେବା ଉଚିତ୍। ବିଚାରପତି ରମନା କହିଛନ୍ତି, ଦୀକ୍ଷାନ୍ତ ସମାରୋହରେ ଅନେକ ବୁଦ୍ଧିମାନ ଲୋକ ଅଛନ୍ତି ଏବଂ ସେମାନେ ବିଶ୍ଵରେ ଏବଂ ଦେଶରେ ହେଉଥିବା ପ୍ରତିଟି  ଘଟଣା ଦେଖୁଛନ୍ତି।

ପ୍ରଧାନ ବିଚାରପତି କହିଛନ୍ତି, ଗଣତନ୍ତ୍ରରେ ଜନତା ସର୍ବୋପରି ହୋଇଥାନ୍ତି। ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାର ଫାଇଦା ଜନତାଙ୍କୁ ମିଳିବା ଉଚିତ୍। ସେମାନଙ୍କ ଇଚ୍ଛା ଦେଶର ସମସ୍ତ ଶାସନ କଳ ସଚ୍ଚୋଟ୍ ହେବା ଉଚିତ୍। ଶାସକର ଉଦ୍ଦେଶ୍ୟ ଜନତାଙ୍କ ସେବା ପ୍ରତି ରହିବା ଉଚିତ୍। ସତ୍ୟ ସାଇ ବାବା ମଧ୍ୟ ସର୍ବଦା ଏହି କଥା କହୁଥିଲେ ବୋଲି ରମନା କହିଛନ୍ତି।