ଦେଶରେ ୧୫,୯୬୮ କରୋନା ଆକ୍ରାନ୍ତ ଚିହ୍ନଟ; ୨୦୨ ମୃତ

ଦେଶରେ ୧୫,୯୬୮ କରୋନା ଆକ୍ରାନ୍ତ ଚିହ୍ନଟ; ୨୦୨ ମୃତ
ଦେଶରେ ୧୫,୯୬୮ କରୋନା ଆକ୍ରାନ୍ତ ଚିହ୍ନଟ; ୨୦୨ ମୃତ

ଦେଶରେ  ଗତ ୨୪ ଘଣ୍ଟାରେ ଆଉ ୧୫,୯୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୦୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

 ଦେଶରେ  ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୪ ଲକ୍ଷ ୯୫ ହଜାର ୧୪୭ରେ ପହଞ୍ଚିଛି। ସେଥିରୁ ୨ ଲକ୍ଷ ୧୪ ହଜାର ୫୦୭ ଜଣ ସକ୍ରିୟ ଅଛନ୍ତି। ସେହିପରି ଦେଶରେ ଆଉ ୧୭,୮୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୨୯ ହଜାର ୧୧୧ରେ ପହଞ୍ଚିଛି। ଅନ୍ୟପଟେ ଆଜି ସୁଦ୍ଧା କରୋନାରେ ୧ ଲକ୍ଷ ୫୧ ହଜାର ୫୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି।