ଦେଶରେ ୧ କୋଟି ୧ଲକ୍ଷ ଟପିଲା କରୋନା ପଜିଟିଭ ସଂଖ୍ୟା

ଦେଶରେ ୧ କୋଟି ୧ଲକ୍ଷ ଟପିଲା କରୋନା ପଜିଟିଭ ସଂଖ୍ୟା
ଦେଶରେ ୧ କୋଟି ୧ଲକ୍ଷ ଟପିଲା କରୋନା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ, ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଛି। ଗତକାଲି ଜଣାପଡ଼ିଥିବା ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ଆଜି ଏଥିରେ ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ୨୪ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ମଧ୍ୟ କୌଣସି ସୁଧାର ଆସିନାହିଁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬ରେ ପହଞ୍ଚିଛି।

ଦେଶରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧ଲକ୍ଷ ୨୩ ହଜାର ୭୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨ ଲକ୍ଷ ୮୩ ହଜାର ୮୪୯ ଜଣ ସକ୍ରିୟ ଅଛନ୍ତି। ସେହିପରି ୯୬ ଲକ୍ଷ ୯୩ ହଜାର ୧୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।