ଦେଶରେ ୨୪ ଘଣ୍ଟାରେ ୧୧,୦୩୯ ନୂଆ କରୋନା ପଜିଟିଭ କେସ୍

ଦେଶରେ  ୨୪ ଘଣ୍ଟାରେ ୧୧,୦୩୯ ନୂଆ କରୋନା ପଜିଟିଭ କେସ୍
ଦେଶରେ  ୨୪ ଘଣ୍ଟାରେ ୧୧,୦୩୯ ନୂଆ କରୋନା ପଜିଟିଭ କେସ୍

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ମୃତ୍ୟୁ ସଂଖ୍ୟା ଶହେ ଟପିଛି। ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୧୧,୦୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୭୭ ହଜାର ୨୮୪ରେ ପହଞ୍ଚିଛି।

ଅନ୍ୟପଟେ ରାଜ୍ୟରେ ଦିନକରେ ୧୪,୨୨୫ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୧୧୦ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ବର୍ତ୍ତମାନ ରାଜ୍ୟରେ ମୋଟ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୫୭ ରହିଛି। ରାଜ୍ୟରେ ଆଜି ସୁଦ୍ଧା ୧ କୋଟି ୪ ଲକ୍ଷ ୬୨ ହଜାର ୬୩୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧ ଲକ୍ଷ ୫୪ ହଜାର ୫୯୬ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଟିକା କରଣ ଆରମ୍ଭ ହେବା ପରଠୁ ବର୍ତ୍ତମାନ ସୁଦ୍ଧା ୪୧ ଲକ୍ଷ ୩୮ ହଜାର ୯୧୮ ଜଣ ଟିକା ନେଇସାରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।