ଦେଶରେ ୩.୬୮ ଲକ୍ଷ ନୂଆ କୋଭିଡ ପଜିଟିଭ ଚିହ୍ନଟ, ୩୪୧୭ ମୃତ

ଦେଶରେ ୩.୬୮ ଲକ୍ଷ ନୂଆ କୋଭିଡ ପଜିଟିଭ ଚିହ୍ନଟ, ୩୪୧୭ ମୃତ
ଦେଶରେ ୩.୬୮ ଲକ୍ଷ ନୂଆ କୋଭିଡ ପଜିଟିଭ ଚିହ୍ନଟ, ୩୪୧୭ ମୃତ

ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୮ ହଜାର ୧୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଜାରି କରାଯାଇଛି।

ଏହି ନୂଆ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୯୯ ଲକ୍ଷ ୨୫ ହଜାର ୬୦୪କୁ ବୃଦ୍ଧି ପାଇଛି। ଅନ୍ୟପଟେ କୋଭିଡ ସଂକ୍ରମିତ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୯୩ ହଜାର ୩ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ୩୪ ଲକ୍ଷ ୧୩ ହଜାର ୬୪୨ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସାଧୀନ ଥିବା ବେଳେ ୨ ଲକ୍ଷ ୧୮ ହଜାର ୯୫୯ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ଦେଶରେ ଆଜି ସୁଦ୍ଧା ୧୫ କୋଟି ୭୧ ଲକ୍ଷ ୯୮ ହଜାର ୨୦୭ ଜଣ କୋଭିଡ ଟିକା ନେଇସାରିଛନ୍ତି।