ଦଶହରା ଛୁଟିରେ ମଧ୍ୟ ଖୋଲା ରହିବ ଆରଟିଓ

ଦଶହରା ଛୁଟିରେ ମଧ୍ୟ ଖୋଲା ରହିବ ଆରଟିଓ

ଦଶହରା ଛୁଟିରେ ମଧ୍ୟ ଖୋଲା ରହିବ ଆରଟିଓ । ଆରଟିଓ ଅଫିସ୍ ର ରେଜିଷ୍ଟ୍ରେସନ୍ ବିଭାଗ ୨୪ ଏବଂ ୨୬ ତାରିଖ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଂଟା ପାଇଁ ଖୋଲା ରହିବ । ଏଥିପାଇଁ ପରିବହନ କମିଶନର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଗା ପୂଜା ସମୟରେ ଲୋକେ ଅଧିକ ଗାଡ଼ି କିଣିବାର ସମ୍ଭାବନା ରହିଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ଏଭଳି ନିଷ୍ପତି ନେଇଛନ୍ତି ।ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦୁଇ ଦିନ ମଧ୍ୟରେ ଆରଟିଓ, ଡିଲରଙ୍କଠାରୁ ଗାଡ଼ି ପଞ୍ଜୀକରଣ ପାଇଁ ଡକ୍ୟୁମେଂଟ ଗ୍ରହଣ କରିବେ ଏବଂ ପଞ୍ଜୀକରଣ ନମ୍ବର ବଂଟନ କରିବେ ।

ଆରଟିଓ ସେହି ଅନୁଯାୟୀ ଆବଶ୍ୟକ ରୋଷ୍ଟର ବ୍ୟବସ୍ଥା କରିବ ଏବଂ ଏହି ସୁବିଧା ସମ୍ବନ୍ଧରେ ସେମାନଙ୍କ ଅଧୀନରେ ଥିବା ସମସ୍ତ ଡିଲରଙ୍କୁ ଅବଗତ କରାଇବେ । ଏହା ସହ ଆରଟିଓ କର୍ମଚାରୀମାନେ ଦୁର୍ଗା ପୂଜାର ସମସ୍ତ ଚାରି ଦିନ (ଅକ୍ଟୋବର ୨୩ ରୁ ୨୬) ଛୁଟିରେ ଘରୁ କାମ କରି ଡିଲର ପଏଂଟ ମାଧ୍ୟମରେ କରାଯାଇଥିବା ଏନଟିଭି ଯାନଗୁଡିକର ପଞ୍ଜିକରଣ କରିବେ । ସିଏମଭି ନିୟମ ୧୯୬୯ର ନିୟମ ୪୨ ଅନୁଯାୟୀ, କୌଣସି ଡିଲର ପଞ୍ଜିକରଣ ଏବଂ ଏଚଏସଆରପି ନମ୍ବର ପ୍ଲେଟ ବିନା କୌଣସି ମୋଟର ଯାନ ଡ଼େଲିଭର କରିପାରିବେ ନାହିଁ । ସମସ୍ତ ଆରଟିଓଙ୍କୁ ଡିଲର ପରିସର ଯାଂଚ କରିବା ସହ ଏଚଏସଆରପି ନମ୍ବର ପ୍ଲେଟ ଏବଂ ପଞ୍ଜିକରଣ ବିନା କୌଣସି ଗାଡ଼ିକୁ ଡ଼େଲିଭର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।