Friday, December 13, 2024
24.1 C
Odisha

    ଦାଦନ ସର୍ଦ୍ଦାର ଅତ୍ୟାଚାରରେ ଭୟଭୀତ ଶ୍ରମିକ ପରିବାର

    ଆଗକୁ ପଢନ୍ତୁ

    ଦାଦନ ଚାଲାଣ ରୋକିବାକୁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କେବଳ ଲୋକଦେଖାଣିଆ ତାହା ସ୍ପଷ୍ଟ ହୋଇଛି । ସରକାରଙ୍କ ଏହି ଯୋଜନାକୁ ତୃଣମୂଳସ୍ତରରେ ସଫଳ କରିବାକୁ ଶ୍ରମବିଭାଗ କିମ୍ୱା ପୁଲିସ ପ୍ରଶାସନର ଆନ୍ତରକିତା ନାହିଁ । ଯାହାଫଳରେ ଦାଦନ ସର୍ଦ୍ଦାରମାନେ ଗରିବ ଲୋକଙ୍କୁ ମାଡ଼ ମାରି ଜୋର ଜବରଦସ୍ତି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅଧୀନ ଦେଓଗାଁରେ। ସୂଚନା ଅନୁସାରେ ଦେଓଗାଁ ଗ୍ରାମର ରୋହିତ ତାଣ୍ଡି ନାମକ ଜଣେ ସର୍ଦ୍ଦାର କିଛି ଦିନ ହେଲା ସେହି ଗ୍ରାମର ଦ୍ରୌପଦୀ ବାଗ ଓ ତାଙ୍କର ପରିବାର ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି । ତାଙ୍କର ଅଜାଣତରେ ତାଙ୍କର ଜଣେ ସମ୍ପର୍କୀୟକୁ ଟଙ୍କା ଦେଇ ସେମାନଙ୍କୁ ଦାଦନ ଯିବାକୁ କହୁଛି । ଶୁକ୍ରବାର ରାତିରେ ଦ୍ରୌପଦୀଙ୍କ ଶ୍ୱଶୁର ଗୌର ବାଗଙ୍କୁ ରୋହିତ ମରଣାନ୍ତକ ଆକ୍ରମଣ କରିଥିଲା । ଏଥିରେ ତାଙ୍କର ଗୋଡ଼ ଭାଙ୍ଗିଯାଇଛି । ଏ ସମ୍ପର୍କରେ ପରିବାରଲୋକେ ଟିକ୍ରାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି । ଦୁଇଦିନ ହେଲା ପୀଡ଼ିତା ଓ ତାଙ୍କର ପରିବାର ଲୋକେ ଭୟରେ ଘରକୁ ଯାଇନାହାନ୍ତି । ତେବେ ସୋମବାର ମଧ୍ୟାହ୍ନରେ ଦ୍ରୌପଦୀ ବାଗ ଓ ତାଙ୍କର ସ୍ୱାମୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସିଥିଲେ କିନ୍ତୁ ଏହା ଲେବର କେସ୍ ନୁହେଁ ବୋଲି କହି ସେମାନଙ୍କୁ ଫେରାଇ ଦେଇଥିବା କହିଛନ୍ତି । କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ମିଶନ ଦାଦନ ଉଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଦାଦନ ଚାଲାଣ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । କିନ୍ତୁ ସର୍ଦ୍ଦାରମାନେ ଏବେବି ବେଫିକର ହୋଇ ଦାଦନ ଚାଲାଣ କରୁଛନ୍ତି । ଓଲଟା ଶ୍ରମବିଭାଗ ଓ ପୁଲିସ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେଉଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    33 %
    1.7kmh
    100 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    28 °

    ସମ୍ବନ୍ଧିତ