Tuesday, December 9, 2025
16.1 C
Odisha

    ଦିଲ୍ଲୀ ନିର୍ବାଚନ : ଦୁଇଟି ଆସନରେ ପ୍ରାର୍ଥୀ ବଦଳାଇଲା ଆପ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ଏବଂ ହରି ନଗର ଆସନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି। ଦଳ ନରେଲାରୁ ଶରଦ ଚୌହାନ ଏବଂ ହରି ନଗରରୁ ସୁରିନ୍ଦର ସେତିଆଙ୍କୁ ପ୍ରାର୍ଥୀ କରିଛି। ଦିନେଶ ଭରଦ୍ୱାଜଙ୍କ ସ୍ଥାନରେ ନରେଲାରୁ ଶରଦ ଚୌହାନଙ୍କୁ ଟିକେଟ୍ ଦିଆଯାଇଛି। ଶରଦ ଚୌହାନ ହେଉଛନ୍ତି ଆପର ବର୍ତ୍ତମାନର ବିଧାୟକ। ସେହିପରି ରାଜକୁମାରୀ ଧିଲନଙ୍କ ସ୍ଥାନରେ ହରି ନଗରରୁ ସୁରିନ୍ଦର ସେତିଆଙ୍କୁ ଟିକେଟ୍ ଦିଆଯାଇଛି।ଆମ୍ ଆଦମୀ ପାର୍ଟି (ଆପ୍) ପ୍ରଥମେ ଦିଲ୍ଲୀର ସମସ୍ତ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ ଏବେ ନାମାଙ୍କନ ପତ୍ର ମଧ୍ୟରେ ଦୁଇ ଜଣ ପ୍ରାର୍ଥୀବଦଳ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଜାନୁଆରୀ ୧୭ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ । ଦିଲ୍ଲୀରେ ଆସନ୍ତା ମାସ ଅର୍ଥାତ୍ ଫେବ୍ରୁଆରି ୫ରେ ଭୋଟଗ୍ରହଣ ହେବ ।

    ପ୍ରଥମ ତାଲିକାରେ ଆପ୍ ଅନ୍ୟ ୬ଟି ଦଳର ନେତାଙ୍କୁ ଟିକେଟ୍ ଦେଇଥିଲା। ଦ୍ବିତୀୟ ତାଲିକାରେ ଦଳ ୧୫ ଜଣ ବିଧାୟକଙ୍କ ଟିକେଟ୍ କାଟିଥିଲା। ଆପ୍ ମଧ୍ୟ କେତେକ ପ୍ରାର୍ଥୀଙ୍କ ଆସନ ପରିବର୍ତ୍ତନ କରିଛି। ଏହାର ସର୍ବୋତ୍ତମ ଉଦାହରଣ ହେଉଛନ୍ତି ମନୀଷ ସିସୋଦିଆ । ସିସୋଦିଆଙ୍କୁ ପାଟପରଗଞ୍ଜ ପରିବର୍ତ୍ତେ ଜଙ୍ଗପୁରାରୁ ପ୍ରାର୍ଥୀ କରାଯାଇଛି। ଅବଧ ଓଝାଙ୍କୁ ପାତପଡ଼ଗଞ୍ଜରୁ ଟିକେଟ୍ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.1 ° C
    16.1 °
    16.1 °
    38 %
    1.6kmh
    88 %
    Mon
    16 °
    Tue
    26 °
    Wed
    26 °
    Thu
    26 °
    Fri
    27 °

    ସମ୍ବନ୍ଧିତ