ଧାରଣାରେ ବସିଲେ ଜୟପୁର ବିଧାୟକ

ଧାରଣାରେ ବସିଲେ ଜୟପୁର ବିଧାୟକ
ଧାରଣାରେ ବସିଲେ ଜୟପୁର ବିଧାୟକ

ଚାଷୀଙ୍କ ସମସ୍ୟା ନେଇ  ଚାଷୀଙ୍କ ସହ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାସ୍ତା ବ୍ଲକ କାରଣରୁ ଗାଡି ଚଳାଚଳ ବନ୍ଦ ରହିଛି।

ଖବର ଅନୁଯାୟୀ, ଜାନୁୟାରୀ ୧୫ ତାରିଖରୁ ଜୟପୁର ଉପଖଣ୍ଡର ଅନେକ ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡିରହିଛି। ସପ୍ତାହେ ହେବ ଶୀତ କାକରରେ ଧାନକୁ ଜଗି ବସିଛନ୍ତି ଚାଷୀ। ହେଲେ ଖୋଲୁନି ମଣ୍ଡି କି ଉଠୁନି ଧାନ, ଯାହାକୁ ନେଇ ଚିନ୍ତାରେ ଶହ ଶହ ଚାଷୀ। ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୟ ପାଇଁ ପ୍ରଶାସନ ଉପରେ ଚାପ ପ୍ରୟୋଗ ଲାଗି ଆଗକୁ ଆସିଛି କଂଗ୍ରେସ।

ଆଜି ୧୧ଟାରୁ ବୋରିଗୁମ୍ମାର ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରିଛି କଂଗ୍ରେସ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ କମିଟି ଜୟନ୍ତୀଗିରି ଓଂ ବୋରିଗୁମ୍ମା ନିକଟରେ ଧାରଣାରେ ବସିବ ବୋଲି ନିସ୍ପତି ହୋଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ନେତୃତ୍ୱରେ ଦିଆଯାଇଛି ଧାରଣା। ରାସ୍ତା ବ୍ଲକ କାରଣରୁ ଗାଡି ଚଳାଚଳ ବନ୍ଦ ରହିଛି।