ଧର୍ମଶାଳାରେ ୧୫୦ ବୌଦ୍ଧଭିକ୍ଷୁ କୋଭିଡ୍ ଆକ୍ରାନ୍ତ

ଧର୍ମଶାଳାରେ ୧୫୦ ବୌଦ୍ଧଭିକ୍ଷୁ କୋଭିଡ୍ ଆକ୍ରାନ୍ତ
ଧର୍ମଶାଳାରେ ୧୫୦ ବୌଦ୍ଧଭିକ୍ଷୁ କୋଭିଡ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଧର୍ମଶାଳା ସହରରେ ଥିବା ଗ୍ୟୁଟୋ ତାନ୍ତ୍ରିକ ବୌଦ୍ଧସ୍ତୂପରେ ବାସକରୁଥିବା ୧୫୦ ଜଣ ବୌଦ୍ଧଭିକ୍ଷୁ କୋଭିିଡ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ତିନିଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ଚୀନ୍ ନୂଆବର୍ଷ ପାଳନ ନିମନ୍ତେ ଏହି ବୌଦ୍ଧଭିକ୍ଷୁମାନେ କର୍ଣ୍ଣାଟକ ଓ ଦିଲ୍ଲୀରୁ ଧର୍ମଶାଳାକୁ ଆସିଥିବା ଜଣାପଡିଛି। ଏମାନଙ୍କୁ ମିଶାଇ ହିମାଚଳର କାଙ୍ଗ୍ରା ଜିଲ୍ଲାରେ ୩୦୦ରୁ ଊଦ୍ଧ୍ୱର୍ ବୌଦ୍ଧଭିକ୍ଷୁ କୋଭିଡ୍ ଆକ୍ରାନ୍ତ ହୋଇସାରିଲେଣି।