Saturday, December 13, 2025
14.9 C
Odisha

    ଧାନ ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର    :   ରାଜ୍ୟର କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ପହିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ୍‌ ଋତୁ ଲାଗି କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବାବଦକୁ ଅତିରିକ୍ତ ୬୯ ଟଙ୍କା ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଏମ୍‌ଏସ୍‌ପି ଅନୁଯାୟୀ, ଏଣିକି ଚାଷୀଙ୍କୁ କୁଇଣ୍ଟାଲ ପିଛା ୨୩୦୦ ବଦଳରେ ୨୩୬୯ ଟଙ୍କା ସାଧାରଣ ଧାନ ବାବଦକୁ ମିଳିବ। ଏହାବାଦ୍‌ ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବ୍‌ସିଡି ମିଶିବା ପରେ ଧାନ କୁଇଣ୍ଟାଲ ପିଛା ୩୧୦୦ ବଦଳରେ ୩୧୬୯ ଟଙ୍କା ହେବ। ଏନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନଭେମ୍ବର ପହିଲାରେ ବିଜ୍ଞପ୍ତିନାମା ଜାରି ହୋଇଛି। ବିଜ୍ଞପ୍ତିରେ ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଦର୍ଶାଇଛନ୍ତି, ସାଧାରଣ ଧାନ କୁଇଣ୍ଟାଲ ପିଛା ଖରିଫ୍‌ ଲାଗି ୨,୩୬୯ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରେଡ୍‌ ଏ’ ଧାନ କୁଇଣ୍ଟାଲ ପିଛା ୨୩୮୯ ଟଙ୍କା ରହିଛି। ତେବେ ଏଥିରେ ରାଜ୍ୟ ସରକାରଙ୍କ ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ମିଶିବା ପରେ ଗ୍ରେଡ୍‌ ଏ’ ଧାନ କୁଇଣ୍ଟାଲ ପିଛା ଚାଷୀ ୩୧୮୯ ଟଙ୍କା ପାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.9 ° C
    14.9 °
    14.9 °
    47 %
    1.6kmh
    0 %
    Fri
    15 °
    Sat
    27 °
    Sun
    27 °
    Mon
    28 °
    Tue
    28 °

    ସମ୍ବନ୍ଧିତ