ନୂଆବର୍ଷରେ ବ୍ୟାଙ୍କ୍ ଅଫ୍ ବରୋଦା ଆରମ୍ଭ କଲା ନୂଆ ସୁବିଧା

ନୂଆବର୍ଷରେ ବ୍ୟାଙ୍କ୍ ଅଫ୍ ବରୋଦା ଆରମ୍ଭ କଲା ନୂଆ ସୁବିଧା
ନୂଆବର୍ଷରେ ବ୍ୟାଙ୍କ୍ ଅଫ୍ ବରୋଦା ଆରମ୍ଭ କଲା ନୂଆ ସୁବିଧା

ନୂଆଦିଲ୍ଲୀ ୦୨/୦୧ : ଦେଶର ତୃତୀୟ ସବୁଠାରୁ ବଡ ସରକାରୀ ବ୍ୟାଙ୍କ Bank of Baroda ନିଜର ଡିଜିଟାଲ୍ ଲ୍ୟାଣ୍ଡିଙ୍ଗ ପ୍ଲାଟଫର୍ମ ଆରମ୍ଭ କରିଛି। ଏହା ମାଧ୍ୟମରେ ଆପଣ ମାତ୍ର କିଛି ମିନିଟ ମଧ୍ୟରେ ନିଜ ସ୍ଥାନ ଓ ସମୟ ହିସାବରେ ଅନଲାଇନ ପ୍ରକ୍ରିୟାରେ ଋଣ ପାଇପାରିବେ। ବ୍ୟାଙ୍କ୍ ଅଫ୍ ବରୋଦାର କାର୍ଯ୍ୟକାରୀ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ସିଂହ କହିଛନ୍ତି ଯେ, ଗୃହ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣ ପାଇଁ ଗ୍ରାହକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ସେଥିପାଇଁ ବ୍ୟାଙ୍କ୍ ଅଫ୍ ବରୋଦା ନୂଆ ସୁବିଧା ଆରମ୍ଭ କରିଛି | ଏହି ପ୍ଲାଟଫର୍ମ ସାହାଯ୍ୟରେ ଗ୍ରାହକଙ୍କ ଗୃହ ଋଣ, କାର ଋଣ କିମ୍ବା ବ୍ୟକ୍ତିଗତ ଋଣ ମାତ୍ର ୩୦ ମିନିଟରେ ଅନୁମୋଦନ ହୋଇଯିବ। 

ଯଦି ଆପଣ ବ୍ୟାଙ୍କ୍ ଅଫ୍ ବରୋଦା ଗ୍ରାହକ ତାହେଲେ ତାହେଲେ ଖୁଚୁରା କିଣାକିଣି ପାଇଁ ମଧ୍ୟ ପ୍ରି ଏପ୍ରୁଭ୍ ମାଇକ୍ରୋ ପର୍ଶନଲ ଲୋନ କରିପାରିବେ। ଏହି ଋଣ ବ୍ୟାଙ୍କ୍ ଅଫ୍ ବରୋଦା ଆପ୍ ଏମ୍-କନେକ୍ଟ ଦ୍ୱାରା ମାତ୍ର ୬୦ ସେକେଣ୍ଡରେ ଏପ୍ରୁଭ୍ ହୋଇଯିବ। ଆପଣ ଚାହିଁଲେ ଏହି ରାଶିକୁ ନିଜ ଶେଭିଂ ଆକାଉଣ୍ଟକୁ ମଧ୍ୟ ନେଇପାରିବେ। ଏହି ରାଶି ଫେରସ୍ତ ପାଇଁ ବ୍ୟାଙ୍କ ୩ ରୁ ୧୮ ମାସର ଏଏମଆଇ ଅପ୍ସନ୍ ମଧ୍ୟ ଦେଉଛି।

ବ୍ୟାଙ୍କ୍ ଅଫ୍ ବରୋଦାର ନୂଆ ଡିଜିଟାଲ୍ ଲ୍ୟାଣ୍ଡିଙ୍ଗ୍ ପ୍ଲାଟଫର୍ମ ଜରିଆରେ ମାତ୍ର ଅଧା ଘଣ୍ଟାରେ ଗୃହ ଋଣ, କାର୍ ଋଣ ଏବଂ ବ୍ୟକ୍ତିଗତ ଋଣ ଅନୁମୋଦନ ହୋଇଯିବ। ଡିଜିଟାଲ୍ ଲୋନ୍ ପ୍ରୋସେସକୁ ଋଣ ଆବେଦକଙ୍କ ଫାଇନାନସିଲ୍ ପ୍ରୋଫାଇଲର ବିଭିନ୍ନ ସ୍ରୋତ ଜରିଆରେ ପୁରା କରାଯାଇଥାଏ। ୱେବସାଇଟ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାଙ୍କ୍ ଅଫ୍ ବରୋଦାର ଏହି ନୂଆ ସୁବିଧାର ଲାଭ ଉଠାଇପାରିବେ।

FD ଆଧାରରେ ମଧ୍ୟ ବ୍ୟାଙ୍କ ଋଣ ଅଫର କରୁଛି। ଅର୍ଥାତ ଯେଉଁ ଗ୍ରାହକଙ୍କର ବ୍ୟାଙ୍କ୍ ଅଫ୍ ବରୋଦାରେ ଏଫଡ଼ି ଅଛି ସେମାନେ ଏହି ଆଧାରରେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ତୁରନ୍ତ ଋଣ କରିପାରିବେ।