ନିଜ ବହିରେ ମୋଦୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କଲେ ପୂର୍ବତନ ଉପରାଷ୍ଟ୍ରପତି

ନିଜ ବହିରେ ମୋଦୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କଲେ ପୂର୍ବତନ ଉପରାଷ୍ଟ୍ରପତି
ନିଜ ବହିରେ ମୋଦୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କଲେ ପୂର୍ବତନ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, ପୂର୍ବତନ ଉପରାଷ୍ଟ୍ରପତି ହାମିଦ ଅନସାରୀଙ୍କ ବହି ‘ବାଇ ମେନୀ ଏ ହେପି ଆକ୍ସିଡେଣ୍ଟ: ରିକଲେକ୍ସନ ଅଫ୍ ଏ ଲାଇଫ୍’ ଆଜି ଲଞ୍ଚ ହୋଇଛି। ହାମିଦ ଅନସାରୀ ନିଜର ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ପୂର୍ବ ଉପରାଷ୍ଟ୍ରପତି ମୋଦୀଙ୍କ ଉପରେ ଗୁଜୁରାଟର ଗୋଧରା କାଣ୍ଡ ପରେ ହୋଇଥିବା ଦଙ୍ଗା ସମେତ ଆଜି ପ୍ରଧାନମନ୍ତ୍ରୀ ରୂପେ ଦେଶରେ ନିରଙ୍କୁଶ ଭାବେ ସରକାର ଚଲାଇବା ଓ ସଂସଦରେ ନିଜ ଇଚ୍ଛାରେ ବିଲ ପାସ କରାଇବା ଭଳି ଆରୋପ ଲଗାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆଉ ଏକ ଘଟଣାକୁ ଉଲ୍ଲେଖ କରି ଅନସାରୀ ଲେଖିଛନ୍ତି ଯେ, ଏକଦା ମୋତେ ମୋଦୀ କହିଥିଲେ କି ମୁଁ ମୁସଲମାନଙ୍କ ପାଇଁ ବହୁତ କାମ କରିଛି କିନ୍ତୁ ଏହାର ପ୍ରଚାର କରାନଯାଉ। କାହିଁକି ନା ଏହା ତାଙ୍କ ରାଜନୀତିକୁ ଖାପ ଖୁଆଇବ ନାହିଁ।

ସୂଚନାଯୋଗୀ, କିଛିଦିନ ପୂର୍ବରୁ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବହି ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ରେ ବି ନୋଟବନ୍ଦୀ ଓ ସଂସଦରେ ଉପସ୍ଥିତ ନ ରହିବାକୁ ନେଇ ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଯାଇଥିଲା।