ନଦୀରେ ବୁଡି ୩ ନାବାଳକ ମୃତ

ନଦୀରେ ବୁଡି ୩ ନାବାଳକ ମୃତ
ନଦୀରେ ବୁଡି ୩ ନାବାଳକ ମୃତ

ଝିରପାଣି ଥାନା କୋଏଲ ନଦୀରେ ବୁଡି ଆଜି ୩ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ନଦୀ ନିକଟସ୍ଥ ଭାଟାପଡ଼ା ବସ୍ତିର ୩ ଜଣ (୧୨-୧୫)ବର୍ଷର ନାବାଳକ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ଜଳରେ ୩ ଜଣ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶବ ସ୍ଥାନୀୟଲୋକ ଉଦ୍ଧାର କରିଥିବାବେଳେ ଜଣଙ୍କ ଶବ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।