ନବୀନଙ୍କ ଦୂରଦୃଷ୍ଟି

ନବୀନଙ୍କ ଦୂରଦୃଷ୍ଟି
ନବୀନଙ୍କ ଦୂରଦୃଷ୍ଟି

ରାଜନୀତି ରେ ଦୂରଦୃଷ୍ଟି  ଏକ ଅମୋଘ ଅସ୍ତ୍ର।  ଯେଉଁ ରାଜନେତାଙ୍କ  ଦୂରଦୃଷ୍ଟି ଯେତେ ପ୍ରଖର ସେ ଅପରାଜେୟ। ଭାରତ ରାଜନୈତିକ ଇତିହାସର ରେ  ନବୀନ ପଟ୍ଟନାୟକ ହେଉଛନ୍ତି ସେହିଭଳି ଜଣେ ଦୂରଦୃଷ୍ଟି ସମ୍ପନ୍ନ ଅପରାଜେୟ ରାଜନେତା। ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଦେହାନ୍ତ ପରେ ରାଜନୀତିରେ ଅନିଚ୍ଛା ସତ୍ଵେ ପଞ୍ଚମ ଥର ପାଇଁ ଅପରାଜେୟ ରହିଛନ୍ତି ନବୀନ। ତାଙ୍କର  ବ୍ୟକ୍ତିତ୍ୱ  ଅନ୍ୟମାନଙ୍କ ଠାରୁ ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। 

ତେବେ ନିମ୍ନ ଲିଖିତ ଘଟଣା ରୁ ଜାଣିହେବ ସେ କେତେ ଭିନ୍ନ। ପଶ୍ଚିମ ବଙ୍ଗ ନିର୍ବାଚନ ପରେ ଭାଜପା ବିରୋଧୀ କ୍ୟାମ୍ପ ଚଳଚଞ୍ଚଳ ହୋଇଛି । ଏହିକ୍ରମରେ ନୂଆଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ବସିଥିବା ବୈଠକକୁ ନେଇ ଜାତୀୟ ରାଜନୀତି ରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ବୈଠକକୁ ବିଜେଡି ଯାଇନାହିଁ । ବିଜେଡିକୁ ଡକା ଯାଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ହେଲେ ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ୩ବର୍ଷ ସମୟ ରହିଛି । ତେଣୁ ସମଦୁରତ୍ୱ ନୀତି ବଜାୟ ରଖିଥିବା ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଯଶୱନ୍ତ ସିହ୍ନ। ଆବାହକତ୍ଵରେ ହୋଇଥିବା ଏହି ବୈଠକରେ କଂଗ୍ରେସ ଓ ବିଜେପି ଅନୁପସ୍ଥିତ ରହିଥିଲେ । ତେଣୁ ବିଜେଡିର ଯୋଗଦାନକୁ କେତେକ ମହଲ ଅପେକ୍ଷା କରିଥିଲେ । ରାଜନୈତିକ ସମୀକ୍ଷକ କହିବାନୁଯାୟୀ, ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଥିରେ ୟୁପି ନିର୍ବାଚନ ମଧ୍ୟ ରହିଛି । ୟୁପି ରେ ତିନି ଚତୁର୍ଥାଂଶ ସଂଖ୍ୟା ସହ ସରକାର ରେ ଥିବା ବିଜେପି ଯଦି ୨୦୨୨ ରେ କ୍ଷମତା ବଜାୟ ରଖେ ତେବେ ବିରୋଧୀଙ୍କ ସବୁ ଚାଲ ଫେଲ ହୋଇଯିବ । ତେଣୁ ପଶ୍ଚିମବଙ୍ଗ ସଫଳତା ପରେ ବିରୋଧୀ ମାନେ ଅଧିକ ଉତ୍ସାହିତ ନହୋଇ ରାଜ୍ୟ ଗୁଡିକରେ ଭଲ ପ୍ରଦର୍ଶନ କରନ୍ତୁ । ବିଜେପିକୁ “ହିନ୍ଦୀ ହ୍ୟାଟ ଲ୍ୟାଣ୍ଡ” ୟୁପି ରେ ବିରାଟ ବ୍ୟବଧାନରେ ପରାସ୍ତ କରିପାରିଲେ ହିଁ ୨୦୨୪ କୁ କିଛି ନୂଆ ସମ୍ଭାବନାର ସୁଯୋଗ ରହିବ । ତେଣୁ ନବୀନ ଯଥେଷ୍ଟ ପୂର୍ବରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ । ଠିକଣା ସମୟରେ ନବୀନ ଉଚିତ ନିଷ୍ପତ୍ତି ନେବେ ।

ସେହିପରି ନବୀନ ଜାତୀୟ ସ୍ତରରେ ମମତା, ଶରତ, KCR ଙ୍କ ଅପେକ୍ଷା ନୀତିଶଙ୍କ ସହ ଅଧିକ ମେଳାପୀ । ତେଣୁ ବାଜିଗର ନୀତିଶଙ୍କ ରାଜନୈତିକ ଗୋଟିଚାଳନା କୁ ତେଣୁ ୟୁପି ବିଧାନସଭା ପର ର ରାଜନୀତି ଅଧିକ ରୋଚକ ହେବ । ସାମ୍ପ୍ରତିକ ସମୟରେ ନବୀନ ଙ୍କ ନିଷ୍ପତ୍ତି ବହୁତ ପରିପକ୍ୱ ଓ ସମୟପଯୋଗୀ ହେବ ।