‘ନୋବାବେକ୍ସ’ ଭ୍ୟାକ୍ସିନର ମାନବ ପରୀକ୍ଷଣ ପାଇଁ ସିରମ ଇନଷ୍ଟିଚ୍ୟୁର ଆବେଦନ

‘ନୋବାବେକ୍ସ’ ଭ୍ୟାକ୍ସିନର ମାନବ ପରୀକ୍ଷଣ ପାଇଁ ସିରମ ଇନଷ୍ଟିଚ୍ୟୁର ଆବେଦନ
‘ନୋବାବେକ୍ସ’ ଭ୍ୟାକ୍ସିନର ମାନବ ପରୀକ୍ଷଣ ପାଇଁ ସିରମ ଇନଷ୍ଟିଚ୍ୟୁର ଆବେଦନ

ନୂଆଦିଲ୍ଲୀ, ଦୁନିଆର ସର୍ବବୃହତ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କରୋନା ଭ୍ୟାକ୍ସିନ ‘ନୋବାବେକ୍ସ’ ମାନବ ପରୀକ୍ଷଣ କରିବାକୁ ଅନୁମତି ପ୍ରଦାନ କରିଛି। କମ୍ପାନୀର କାର୍ଯ୍ୟକାରୀ ଅଧିକାରୀ ଅଦାର ପୁନାୱାଲା କହିଛନ୍ତି ଯେ, ନୋବାବେକ୍ସ ଭ୍ୟାକ୍ସିନ ବ୍ରିଟେନର ମାନବ ପରୀକ୍ଷଣ ସମୟରେ ୮୯. ୩ ପ୍ରତିଶତ ସୁରକ୍ଷିତ ସାବ୍ୟସ୍ତ ହୋଇଥିଲା। ସେଥିପାଇଁ ଘରୋଇ ସ୍ତରରେ ମାନବ ପରୀକ୍ଷଣ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ଆବେଦନ କରାଯାଇଛି। ନୋବାବେକ୍ସ ଭ୍ୟାକ୍ସିନ ପରୀକ୍ଷଣ ଉପରେ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ପୁନାୱାଲା ଆହୁରି କହିଛନ୍ତି ଯେ, ଆମେରିକୀୟ କମ୍ପାନୀରୁ ପ୍ରଭାବୀ ଡାଟା ମିଳିବା ପରେ ଆମେ ଡ୍ରଗ୍ କଣ୍ଟ୍ରୋଲରର କାର୍ଯ୍ୟାଳୟରେ ଆବେଦନ କରିଛୁ। ସେଥିପାଇଁ ଏବେ ତାଙ୍କୁ ମଧ୍ୟ ଯଥାଶୀଘ୍ର ଅନୁମତି ପ୍ରଦାନ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ବ୍ରିଟେନରେ ନୋବାବେକ୍ସ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ୧୫ ହଜାର ଭେଣ୍ଟିଲେଟରରେ କରାଯାଇଥିଲା। ଏଥିରେ ସାମିଲ ହୋଇଥିବା ଲୋକଙ୍କ ବୟସ ୧୮ରୁ ୮୪ ବର୍ଷ ମଧ୍ୟରେ ଥିଲା। ଭ୍ୟାକ୍ସିନଟି ପ୍ରଭାବୀ ବୋଲି ଜଣାପଡ଼ିବା ପରେ ବ୍ରିଟେନ, ୟୁରୋପୀୟ ୟୁନିୟନ ଓ ଅନ୍ୟ ଦେଶରେ ବ୍ୟବହାର ଲାଗି ଆବେଦନ କରାଯାଇଛି।