ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଘାଟଗୁଡ଼ା ପଞ୍ଚାୟତର ପାତ୍ରଗୁଡା ଗ୍ରାମର ଜଣେ  ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ପ୍ରକାଶ ଯେ,  ଗତକାଲି ପାତ୍ରଗୁଡା ଗ୍ରାମର ରତନ ଭତରାଙ୍କ ୧୪ ବର୍ଷର ନାବାଳକ ପୁଅ ଜଗବନ୍ଧୁ ଭତରା ଦିନ ଦ୍ବିପ୍ରହରରେ ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ସନ୍ଧ୍ୟାରେ ପରିବାର ଲୋକେ ସ୍ଥାନୀୟ ଜଙ୍ଗଲକୁ ଯାଇ ଦେଖିବା ବେଳକୁ ଏକ ଗଛରେ ଜଗବନ୍ଧୁ ଦଉଡିରେ ବେକରେ ଫାଶୀ ଲଗାଇ ଓହଳିବା ଦେଖି ପରିବାର ଲୋକେ ତାକୁ ସେଠାରୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲକୁ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଆଜି ସକାଳେ ଥାନାକୁ ଜଣାଇବା ପରେ ତୁମ୍ଭରଲା ଫାଣ୍ଡି ଅଧିକାରୀ ହମିନତ ମାଝୀ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣା ବିଷୟରେ ତଦନ୍ତ କରୁଛନ୍ତି ।