Saturday, January 24, 2026
29 C
Odisha

    ନବୀନ ସରକାରର ଗୁମର ଖୋଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩ ଦିନିଆ କେନ୍ଦୁଝର ଗସ୍ତ ଅବସରରେ ସୋମବାର ପଦ୍ମପୁର ଲକ୍ଷ୍ମୀ ପଡ଼ିଆଠାରେ ଭାଜପାର ଏକ ମେଗା ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ନୂତନ ସଦସ୍ୟ ଭାବେ ଭାଜପାରେ ଯୋଡ଼ିଥିଲେ। ଏହି ଅବସରରେ ଭାଜପା ସରକାରଙ୍କ ଯୋଜନା ବିଷୟରେ ବୁଝାଇଥିଲେ। ବିଜେଡିକୁ ଟାର୍ଗେଟ କରି ପୂର୍ବ ସରକାର ସମୟରେ ଅଧିକାରୀ ମଞ୍ଚରେ ବସୁଥିଲେ ଏବଂ ନେତା, ମନ୍ତ୍ରୀ ମଞ୍ଚ ତଳେ ରହୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ଭାଜପା ସରକାରରେ ସରପଞ୍ଚ ଓ ଓ୍ବାର୍ଡମେମ୍ବର ବି ମଞ୍ଚରେ ବସୁଥିବା କହିଥିଲେ। ଏଥିସହ ପୂର୍ବ ସରକାର ଅଧିକାରୀଙ୍କୁ ପଠାଇ ତାଙ୍କ ଜରିଆରେ ନେଇଥିବା ଅଭିଯୋଗର ସମାଧାନ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ।
    ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଭାରତୀୟ ଜନତା ପାର୍ଟିର ସଦସ୍ୟ ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପଦ୍ମପୁର ମାଟି ମା’ ଲକ୍ଷ୍ମୀଙ୍କ ମାଟି, ଏଠାକାର ଜନତା ବିପୁଳ ପରିମାଣର ଭୋଟ ଦେଇ ଭାଜପାକୁ ଜିତାଇଛନ୍ତି। ମୋଦି ଡବଲ ଇଞ୍ଜିନ ସରକାର ମାଗିଥିଲେ, ଆପଣମାନେ ୨୧ ରୁ ୨୦ ଏମ୍‌ପି ଜିତାଇଛନ୍ତି। ମୋଦି ଏ ଦାନକୁୁ ଭୁଲି ନାହାନ୍ତି। ଆଉ ଅଭିଯୋଗ ନେଇ ଭୁବନେଶର ଯିବାକୁ ପଡ଼ିବ ନାହିଁ, ଆଜି ସରକାର ଆପଣଙ୍କ ପାଖକୁ ଆସିଛନ୍ତି। ଏହି ଜିଲାକୁ ଏକ ନମ୍ବର କରିବା ପାଇଁ ଆପଣମାନଙ୍କ ସହଯୋଗ ଦରକାର ବୋଲି କହିଥିଲେ।
    ବିଜେଡିକୁ ଟାର୍ଗେଟ କରି କହିଥିଲେ, ପୂର୍ବ ସରକାରରେ ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ, ଆଉ ସମାଧାନ ହୋଇଯିବ କହୁଥିଲେ। ସମସ୍ୟାର ସମାଧାନ ହୋଇଛି କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29 ° C
    29 °
    29 °
    17 %
    3.4kmh
    0 %
    Sat
    27 °
    Sun
    30 °
    Mon
    31 °
    Tue
    32 °
    Wed
    33 °

    ସମ୍ବନ୍ଧିତ