ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ଭ୍ୟାକ୍ସିନ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଅ

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ଭ୍ୟାକ୍ସିନ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଅ
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ଭ୍ୟାକ୍ସିନ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଅ

କୋଲକାତା: ମାର୍ଚ୍ଚ ୨୭ରୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଥିବାବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଚରଣ ବିଧି ଲାଗୁ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଦେଶବ୍ୟାପୀ କୋଭିଡ୍ ଟିକାକରଣ ଚାଲିଥିବାବେଳେ ଟିକା ନେଉଥିବା ବ୍ୟକ୍ତିଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରାଯାଉଛି।

ନିର୍ବାଚନ ମୁହାଁ ପାଞ୍ଚଟି ରାଜ୍ୟରେ ପ୍ରଦାନ କରାଯାଉଥିବା ଏହି ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ତୁରନ୍ତ ହଟାଇବାକୁ ନିର୍ବାଚନ କମିଶନ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଇତି ପୂର୍ବରୁ ଏହି ପାଞ୍ଚଟି ରାଜ୍ୟରେ ଥିବା ସବୁୁ ପେଟ୍ରୋଲ ପମ୍ପରୁ ମୋଦୀଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇସାରିଛନ୍ତି।