ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍

ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍
ନିର୍ବନ୍ଧ କଲେ ଷ୍ଟାର୍ କ୍ରିକେଟର୍ ରାହୁଲ୍

ଆଇପିଏଲର ୧୩ ତମ ସଂସ୍କରଣରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାହୁଲ୍ ତେୱତିଆ ନିର୍ବନ୍ଧ କରିଛନ୍ତି। ହରିୟାଣାର ଏହି ଷ୍ଟାର୍ ଅଲରାଉଣ୍ଡର ସୋସିଆଲ ମିଡିଆରେ ଫଟୋ ସେଆର୍ କରି ଏହାର ସୂଚନା ଦେଇଛନ୍ତି। ସେ ଏହି ଫଟୋ ସେଆର୍ କରି ନିର୍ବନ୍ଧର ତାରିଖ ଅର୍ଥାତ୍ ୩ ଫେବୃଆରୀ, ୨୦୨୧ ଲେଖିଛନ୍ତି। ରାହୁଲ୍ ରିଦ୍ଧି ପାନୁଙ୍କ ସହ ନିର୍ବନ୍ଧ କରିଛନ୍ତି। ତେୱତିଆଙ୍କ ସାଥୀ ଖେଳାଳି ଜୟନ୍ତ ଯାଦବ ଓ ନୀତୀଶ ରାଣା ନିର୍ବନ୍ଧ ସମାରୋହରେ ଉପସ୍ଥିତ ଥିଲେ।

ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ। ସେ ପୂରା ଟୁର୍ଣ୍ଣାମେଣ୍ଟର ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷରେ ରାହୁଲଙ୍କ ଦ୍ୱାରା ଖେଳାଯାଇଥିବା ବିସ୍ଫୋରକ ଇନିଂସକୁ ସମସ୍ତେ ପ୍ରଶଂସା କରିଥିଲେ। ରାହୁଲ୍ ବ୍ୟାଟିଂ ସହ ଜବରଦସ୍ତ ବୋଲିଂ କରିଥିଲେ। ରାହୁଲ୍ ଏହି ସଂସ୍କରଣରେ ୧୪ ମ୍ୟାଚ୍ ଖେଳି ୧୩୯.୩୪ ଷ୍ଟ୍ରାଇକରେଟରେ ୨୫୫ ରନ୍ କରିଥିଲେ। ସେହିପରି ସେ ବୋଲିଂରେ ୧୦ ୱିକେଟ୍ ନେଇଥିଲେ।

୨୦୧୮ରେ ତେୱତିଆଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୩ କୋଟି ଟଙ୍କାରେ କିଣିଥିଲା। ଏହି ସଂସ୍କରଣରେ ସେ ୮ଟି ମ୍ୟାଚ୍ ଖେଳି ମାତ୍ର ୫୦ ରନ୍ କରିଥିବା ବେଳେ ୬ ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ୨୦୧୯ ସଂସ୍କରଣରେ ସେ ୫ଟି ମ୍ୟାଚ୍ ଖେଳିଥିଲେ। କିନ୍ତୁ ୨୦୨୦ରେ ରାହୁଲଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା।