Monday, December 8, 2025
13.6 C
Odisha

    ନାତିର କଷ୍ଟଡି ନମିଳିଲେ ସମସ୍ତେ ଜୀବନ ହାରିବୁ: ମୃତ ଅତୁଲଙ୍କ ବାପା

    ଆଗକୁ ପଢନ୍ତୁ

    ପାଟନା: ପତ୍ନୀ ନିର୍ଯାତନାରେ ଅତିଷ୍ଠ ହୋଇ ଯୁବ ଇଂଜିନିୟର ଅତୁଲ ସୁଭାଷ (୩୪) କିଛି ଦିନ ତଳେ ଜୀବନ ହାରିଥିଲେ। ଏହି ମାମଲାରେ ଫେରାର୍‌ ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଅତୁଲଙ୍କ ପୁଅର ପତ୍ତା ମିଳିପାରିନାହିଁ। ଜୀବନ ହାରିବା ପୂର୍ବରୁ ପୁଅର କଷ୍ଟଡି ମୋ ମାତାପିତାଙ୍କୁ ମିଳୁ ବୋଲି ରେକର୍ଡ କରିଥିବା ଭିଡିଓରେ କହିଥିଲେ ଅତୁଲ। ହେଲେ ପତ୍ନୀ ନିକିତା ଗିରଫ ହୋଇସାରିଥିଲେ ବି ଏପର୍ଯ୍ୟନ୍ତ ନାତିର ପତ୍ତା ମିଳିନଥିବାରୁ ଚିନ୍ତାରେ ଅତୁଲଙ୍କ ପରିବାର।
    ଅତୁଲଙ୍କ ବାପା ପବନ ମୋଦୀ ଏନେଇ ପୁଲିସରେ ଅଭିଯୋଗ କରି ଜୀବନ ହାରିବାକୁ ଧମକ ଦେଇଛନ୍ତି। ତାଙ୍କ କହିବା ମୁତାବକ, “ମୁଁ ମୋ ନାତିଙ୍କୁ ଥରେ ଭିଡିଓ କଲ ମାଧ୍ୟମରେ ଦେଖିଥିଲି। ଅତୁଲ ଯିବା ପରେ ଆମକୁ ନାତି ବିଷୟରେ କିଛି ବି ଜଣାାନହିଁ। ମୁଁ ନାତିର ସୁରକ୍ଷାକୁ ନେଇ ଚିନ୍ତିତ ଅଛି। ଅତୁଲର ପତ୍ନୀ ନିକିତା ସିଂଘାନିଆ, ଶାଶୂ ନିଶା ସିଂଘାନିଆ ଓ ଶଳା ଅନୁରାଗ ସିଂଘାନିଆ ଗିରଫ ହେବା ପରଠୁ ନାତିର ପତ୍ତା ମିଳୁନି। କାହିଁକି ଆମକୁ ନାତିର ଠିକଣା ଦିଆଯାଉନାହିଁ। ସେ କେଉଁଠି ଓ କେମିତି ଅଛି ଆମକୁ ଜଣାନାହିଁ। ଯଦି ଆମକୁ ଆମ ନାତି ନମିଳେ ତେବେ ପୂରା ପରିବାର ଜୀବନ ହାରିବୁ।”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ