Friday, July 19, 2024
28.3 C
Odisha

    ନିଟ ପେପର ଲିକ ମାମଲାକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ୟୁଜିସି-ନେଟ ଏବଂ ନୀଟ-ୟୁଜି ପରୀକ୍ଷାର ପେପର ଲିକ ମାମଲାକୁ ନେଇ ସାରା ଦେଶରେ ଆନ୍ଦୋଳନ ଦେଖାଦେଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଖୁବଶୀଘ୍ର ବଡ଼ ପଦକ୍ଷେପ ନିଆଯିବ । ସର୍ବପ୍ରଥମେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ଅନିୟମିତତା ସଂପର୍କରେ ସରକାର ମଧ୍ୟ ଏନଟିଏରୁ ସୂଚନା ପାଇଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଏହି ମାମଲାର ଆଭ୍ୟନ୍ତରୀଣ ଅନୁସନ୍ଧାନ ଚାଲିଛି । ଏନଟିଏର ବ୍ୟବସ୍ଥାକୁ ସୁଧାରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଉଛି । ମୁଁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ସ୍ୱୀକାର କରୁଛି । ଶିକ୍ଷା ମନ୍ତ୍ରୀ ଭାବେ ମୁଁ ଏହାର ନୈତିକ ଦାୟିତ୍ୱ ବହନ କରୁଛି । ନୀଟ ଏବଂ ୟୁଜିସି ନେଟ ମାମଲା ଭିନ୍ନ ଭିନ୍ନ ଅଟେ । ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ହିତ ପାଇଁ ଚିନ୍ତା କରିବା ଆମର ପ୍ରଥମ ଦାୟିତ୍ୱ । ସେନାଙ୍କ ଭବିଷ୍ୟତ କାହାକୁ ଖେଳିବାକୁ ଦିଆଯିବନାହିଁ । ଯିଏ ଦୋଷୀ ତାଙ୍କୁ ତ୍ରାହି ଦିଆଯିବନାହିଁ । ବିହାର ପୋଲିସ ମଧ୍ୟ ନୀଟ ମାମଲାରେ ଯାଞ୍ଚ କରୁଛି । ଖୁବଶୀଘ୍ର ଏହାର ଜଡ ପର୍ଯ୍ୟନ୍ତ ଆମେ ପହଞ୍ଚିବୁ । ନୀଟର ମୂଳ ବିଷୟ ଗ୍ରେସ ମାର୍କ ଥିଲା, ହେଲେ ପରେ ଅନ୍ୟ କିଛି ଜିନିଷ ବାହାରିଲା ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    84 %
    1.6kmh
    100 %
    Fri
    28 °
    Sat
    28 °
    Sun
    25 °
    Mon
    25 °
    Tue
    24 °

    ସମ୍ବନ୍ଧିତ