Monday, January 19, 2026
14.6 C
Odisha

    ନିର୍ମାଣ କାମ ବେଳେ ଭୁଶୁଡ଼ିଲା କାନ୍ଥ: ୭ ଶ୍ରମିକ ମୃତ

    ଆଗକୁ ପଢନ୍ତୁ

    ଗୁଜରାଟ ମେହସଣା ଜିଲାରେ ଶନିବାର ଏକ ଅଘଟଣ ଘଟିଛି। ଏକ ଘରୋଇ କମ୍ପାନୀର କାନ୍ଥ ଭୁଶୁଡ଼ି ୭ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏପରିକି କାନ୍ଥ ତଳେ କିଛି ଶ୍ରମିକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି। ଏନେଇ ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାଡ଼ି ପୋଲିସ ଇନ୍ସପେକ୍ଟର ପ୍ରହ୍ଲାଦ ସିଂ ଭାଗେଲା କହିଛନ୍ତି ଯେ, ଜସଲପୁର ଗାଁର ନିକଟ ଏକ କାରଖାନା ପାଇଁ ଅଣ୍ଡରଗ୍ରାଉଣ୍ଡ ଟାଙ୍କି ନିର୍ମାଣ ପାଇଁ ଶ୍ରମିକମାନେ ଗାତ ଖୋଳୁଥିଲେ। ସେତିକିବେଳେ ପାଖରେ ଲାଗିଥିବା କାନ୍ଥ ଭୁଶୁଡି ଶ୍ରମିକଙ୍କ ଉପରେ ପଡିଥିଲା। ଫଳରେ ଶ୍ରମିକମାନେ ଚାପି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୭ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ କେତେଜଣ ଶ୍ରମିକ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି। ଏନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି। ଖବର ପାଇ ଶ୍ରମିକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି କ୍ଷତି ପୂରଣ ଦାବି କରିଥିଲେ। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଲୋକଙ୍କୁ ବୁଝାଶୁଝା କରୁଛି।C

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    50 %
    1.6kmh
    0 %
    Mon
    31 °
    Tue
    31 °
    Wed
    30 °
    Thu
    30 °
    Fri
    29 °

    ସମ୍ବନ୍ଧିତ