Wednesday, March 19, 2025
24 C
Odisha

    ନେତାଜୀ ବସ୍ ଟର୍ମିନାଲରେ ଅଚଳାବସ୍ଥା

    ଆଗକୁ ପଢନ୍ତୁ

    କଟକ: କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଆନ୍ଦୋଳନଙ୍କ ଯୋଗୁ ନେତାଜୀ ବସ ଟର୍ମିନାଲରେ ଅଚଳାବସ୍ଥା ଦେଖାଦେଇଛି। ଫଳରେ ଯାତ୍ରୀମାନେ ନାନା ହଇରାଣ ହରକତ ହେଉଛନ୍ତି । ବିଭିନ୍ନ ଦାବି ନେଇ ଟର୍ମିନାଲ କର୍ମଚାରୀ ଆନ୍ଦୋଳନ କରିଥିିବା ସୂଚନା ମିଳିଛି। ଟିକଟ କାଉଣ୍ଟର ବନ୍ଦ ରହିଥିବାବେଳେ ଆନ୍ଦୋଳନରେ ବସଷ୍ଟାଣ୍ଡର ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି।

    ସୂଚନା ଥାଉକି, ପ୍ରାୟ ଦେଢ ଶହ କର୍ମଚାରୀ ଵସ୍ ଟର୍ମିନାଲରେ ପ୍ରଵେଶ, ପ୍ରସ୍ଥାନ ପଥରେ ଯାଞ୍ଚ,ଟିକେଟ ଵୁକିଂ,ପ୍ରଵେଶ ପ୍ରସ୍ଥାନରେ ଗାଡି ନିୟନ୍ତ୍ରଣ, ଶୌଚାଳୟ ସଫାସୁତୁରା ଓ ଆହାର କେନ୍ଦ୍ରର ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି । ମାତ୍ର ସମ୍ପୃକ୍ତ ସଂସ୍ଥା କର୍ମଚାରୀମାନଙ୍କୁ ନିୟମିତ ଭାବେ ଦରମା, ପ୍ରୋଭିଡେଣ୍ଟ ଫଣ୍ଡ,ଇଏସ୍ ଆଇ ଓ ଗ୍ରାଚ୍ୟୁଟି ଆଦି ଦେଉ ନଥିବା ଅଭିଯୋଗ କରି କର୍ମଚାରୀମାନେ ଆଜି କାର୍ଯ୍ୟଵନ୍ଦ ଆନ୍ଦୋଳନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24 ° C
    24 °
    24 °
    37 %
    1.2kmh
    49 %
    Wed
    39 °
    Thu
    40 °
    Fri
    39 °
    Sat
    30 °
    Sun
    32 °

    ସମ୍ବନ୍ଧିତ