ପିକନିକ୍ ବସ ଓଲଟି ଜଣେ ମୃତ, ୧୫ ଆହତ

ପିକନିକ୍ ବସ ଓଲଟି ଜଣେ ମୃତ, ୧୫ ଆହତ
ପିକନିକ୍ ବସ ଓଲଟି ଜଣେ ମୃତ, ୧୫ ଆହତ

ଗଜପତି ରାୟଗଡା ସୀମାନ୍ତ କେନ୍ଦୁଗୁଡ଼ା ଫାଣ୍ଡି ଅନ୍ତର୍ଗତ ଡୁମ୍ବୁଲାପଦର ନିକଟରେ ଏକ ପିକନିକ ବସ୍ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କୋରାପୁଟର ଗୁପ୍ତେଶ୍ୱର ବୁଲି ସାରି ଭୁବନେଶ୍ୱର ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏହି ଟ୍ରାଭେଲର ବସଟି ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଭୁବନେଶ୍ୱରର ସୁନିଲ ସାହୁ ବୋଲି ଜଣାପଡ଼ିଛି। ମୋହନା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ମୋହନା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆହତ ୧୫ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ ପୁଲିସ ଘଟଣାର ତଦନ୍ତ କରୁଛି।