ପାକିସ୍ତାନର ହାତ ଛାଡ଼ିଲା ବନ୍ଧୁ ମାଲେସିଆ

ପାକିସ୍ତାନର ହାତ ଛାଡ଼ିଲା ବନ୍ଧୁ ମାଲେସିଆ
ପାକିସ୍ତାନର ହାତ ଛାଡ଼ିଲା ବନ୍ଧୁ ମାଲେସିଆ

ନୂଆଦିଲ୍ଲୀ, ବିପଦ ସମୟରେ ବନ୍ଧୁମାନେ ମଧ୍ୟ ପାକିସ୍ତାନର ହାତ ଛାଡ଼ି ଦେଇଛନ୍ତି। ପୂର୍ବରୁ କାଙ୍ଗାଳର ଶିକାର ହୋଇଥିବା ପାକିସ୍ତାନକୁ ବନ୍ଧୁ ରାଷ୍ଟ୍ର ମାଲେସିଆ ଶକ୍ତ ଝଟକା ଦେଇଛି। ମାଲେସିଆର ସରକାରୀ ବିମାନ କମ୍ପାନୀ ପାକିସ୍ତାନର ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (ପୀଆଇଏ)ର ଏକ ବାଇଙ୍ଗ ୭୭୭ ପେସେଞ୍ଜର ଉଡ଼ାଜାହଜକୁ ଜବତ କରିନେଇଛି। ଏହି ବିମାନ ଲିଜରେ ନିଆଯାଇଥିଲା ଏବଂ ଟଙ୍କା ପୈଠ ନକରିବାରୁ ଜବତ କରି ନିଆଯାଇଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଏକ ଟ୍ୱିଟ୍ ମାଧ୍ୟମରେ ବୟାନ ଜାରି କରି କହିଛି ଯେ, ପୀଆଇଏର ଏକ ଏୟାରଲାଇନ୍ସକୁ ମାଲେସିଆର ସ୍ଥାନୀୟ ଅଦାଲତ ଫେରସ୍ତ ମାଗିଛି। ଏହା ଏକତରଫା ଫଇସଲା।