ପେଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ଜଣେ ଯବାନ ସହିଦ

ପେଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ଜଣେ ଯବାନ ସହିଦ
ପେଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ: ଜଣେ ଯବାନ ସହିଦ

ନୂଆଦିଲ୍ଲୀ, ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର କୁଲଗାମରେ ଆତଙ୍କବାଦୀମାନେ ପେଟ୍ରୋଲିଂ କରୁଥିବା ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଜଣେ ନିହତ ହୋଇଥିବାବେଳେ ୩ଜଣ ପ୍ରାଣ ହରାଇଛନ୍ତି। ଆହତ ଯବାନଙ୍କ ପ୍ରାଥମିକ ଉପଚାର ପରେ ଶ୍ରୀନଗରସ୍ଥିତ ୯୨ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସୁରକ୍ଷାକର୍ମୀ ଉକ୍ତ ସ୍ଥାନକୁ ଘେରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି। ସ୍ଥାନେ ସ୍ଥାନେ ବ୍ୟାରିକେଡିଂ କରି ଯାନବାହାନ ଯାଞ୍ଚ କରୁଛନ୍ତି।

ସେନା ପ୍ରବକ୍ତା କହିଛନ୍ତି ଯେ, ଅନନ୍ତଗାମ ଜିଲ୍ଲାର ଶସ୍ମୀପୋରା ଅଞ୍ଚଳର ସେନାର ସଡ଼କ ଖୋଳୁଥିବା ଟିମ୍ ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଯୋଗେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣର ଜବାବ ସେନା ପକ୍ଷରୁ ମଧ୍ୟ କଡ଼ାକଡ଼ି ଦିଆଯାଇଥିଲା। ଯବାନଙ୍କ ସାହସକିତା ଯୋଗୁ ଆତଙ୍କବାଦୀଙ୍କ ବଡ଼ ଉଦ୍ଦେଶ୍ୟ ବିଫଳ ହୋଇଯାଇଛି।