ପେଟ ଯନ୍ତ୍ରଣାର ଔଷଧ, ଜାଣନ୍ତୁ କିିପରି କରିବେ ପ୍ରସ୍ତୁତ

ପେଟ ଯନ୍ତ୍ରଣାର ଔଷଧ, ଜାଣନ୍ତୁ କିିପରି କରିବେ ପ୍ରସ୍ତୁତ
ପେଟ ଯନ୍ତ୍ରଣାର ଔଷଧ, ଜାଣନ୍ତୁ କିିପରି କରିବେ ପ୍ରସ୍ତୁତ

ଖରାପ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ । ଏପରି ପରିସ୍ଥିତିରେ ଆପଣ ଜୁଆଣୀ, ଜିରା ଏବଂ ପାନମଧୁରୀ ଦ୍ୱାରା ତିଆରି ପାନୀୟ ପିଇବା ଫଳରେ ପେଟ ଜନିତ ସମସ୍ୟା ଦୂର ହୋଇଥାଏ।


ପ୍ରସ୍ତୁତ ପ୍ରଣାଳୀ :

*ଏହି ପାନୀୟ ତିଆରି କରିବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ନାହିଁ । ଏଥିପାଇଁ ସମାନ ପରିମାଣରେ ପାନମଧିରୀ, ଜିରା ଏବଂ ଜୁଆଣୀକୁ ଭାଜନ୍ତୁ । ତା’ପରେ ଏହାକୁ ଗ୍ରାଇଣ୍ଡ୍ କରି ଏକ ପାତ୍ରରେ ରଖନ୍ତୁ । ୧ ଚାମଚ ଏହି ପାଉଡରକୁ ଲେମ୍ବୁ ରସ ସହିତ ମିଶାଇ ୧ଗ୍ଲାସ ପାଣି ସହିତ ପିଅନ୍ତୁ ।


କେମିତି କରିବା ବ୍ୟବହାର:

ଉତ୍ତମ ରେଜଲ୍ଟ ପାଇବାକୁ, ଏହାକୁ ପ୍ରତିଦିନ ଅତି କମରେ 3 ମାସ ପିଅନ୍ତୁ । ଓଜନ ହ୍ରାସ କରିବା ପାଇଁ ଆପଣ ଏହାକୁ 4 ମାସ ପର୍ଯ୍ୟନ୍ତ ପିଇ ପାରିବେ, କିନ୍ତୁ ଏହି ସମୟ ମଧ୍ୟରେ ଅଧିକ ଚର୍ବି ଏବଂ କ୍ୟାଲୋରୀ ଯୁକ୍ତ ଖାଦ୍ୟରୁ ଦୂରେଇ ରହିବେ ।

ଜୁଆଣୀ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ କାରଣ ଏହା ହଜମ କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ପାନମଧୁରୀ ହଜମକାରୀ ରସ ଏବଂ ଏନଜାଇମର ନିର୍ଗମନକୁ ମଧ୍ୟ ବଢାଇଥାଏ । ଜିରା ଶରୀରରେ ଫ୍ୟାଟ୍, ସୁଗାର ଏବଂ କାର୍ବୋହାଇଡ୍ରେଟକୁ ନିୟନ୍ତ୍ରଣ କରିଥାଏ ।

ଏହା ବ୍ୟତୀତ ମେଦବହୁଳତା ହ୍ରାସ କରିବାରେ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥିରେ ମେଟାବୋଲିଜିମ୍ ବୁଷ୍ଟ ହେବା ସହିତ ଶରୀରରେ ଚର୍ବି ଜମା ହେବାକୁ ମଧ୍ୟ ରୋକିଥାଏ ।

ଏହାଦ୍ୱାରା ବାରମ୍ବାରଭେକ ଲାଗିନଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଏହି ପାନୀୟକୁ ୧ ଗ୍ଲାସ୍ ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଥାଏ, ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ ।

ଯେଉଁ ଲୋକମାନଙ୍କ ପେଟ ଫୁଲିଲା ଭଳି ଲାଗିଥାଏ କିମ୍ବା ପେଟରେ ଭାରି ଅନୁଭବ ହୋଇଥାଏ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।