ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ
ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କିରଣ ବେଦୀଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟାଇ ଦେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି ଯେ, ଡ. କିରଣ ବେଦେୀ ପୁଡୁଚେରୀରେ ଉପରାଜ୍ୟପାଳ ଭାବେ ରହିବେ ନାହିଁ । ରାଷ୍ଟ୍ରପତି ପୁଡୁଚେରୀର ଉପରାଜ୍ୟପାଳ କାର୍ଯ୍ୟ ନିର୍ବାହ କରିବା ଲାଗି ତେଲେଙ୍ଗାନାର ରାଜ୍ୟପାଳ ଡ. ତମିଲିସାଈ ସୁନ୍ଦରରାଜନଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । 

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ତେଲେଙ୍ଗାନାର ରାଜ୍ୟପାଳ ତମିଲିସାଈ ସୁନ୍ଦରରାଜନ ତେଲେଙ୍ଗାନା ବ୍ୟତୀତ ପୁଡୁଚେରୀର ଉପରାଜ୍ୟପାଳ ଦାୟିତ୍ୱ ନେବେ । ତମିଲିସାଈ ସୁନ୍ଦରରାଜନ ଯେଉଁ ଦିନ ଉପରାଜ୍ୟପାଳ ଦାୟିତ୍ୱ ନେବେ, ସେହିଦିନ ତାଙ୍କର ନିଯୁକ୍ତି କାର୍ଯ୍ୟକାରୀ ହେବ । ରାଷ୍ଟ୍ରପତି ଭବନ ଅନୁସାରେ ପୁଡୁଚେରୀ ଲାଗି ଅନ୍ୟ ଉପରାଜ୍ୟପାଳ ନିଯୁକ୍ତି ପର୍ଯ୍ୟନ୍ତ ତମିଲିସାଈ ସୁନ୍ଦରରାଜନ ଦାୟିତ୍ୱ ନେବେ । 

ସୂଚନାଯୋଗ୍ୟ, ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବଡ଼ ପରିବର୍ତ୍ତନ ଦେଖାଯାଇଥିବାରୁ ରାଜନୈତିକ ନେତାମାନେ ଭିନ୍ନ ଭିନ୍ନ ଅଙ୍କ କଷୁଛନ୍ତି ।