ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍
ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

ରାଜ୍ୟରେ ପୁଣି ଥରେ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି। କଟକ ଜିଲ୍ଲାର ନିଆଳି ବ୍ଲକ୍ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଉକ୍ତ ଗାଁରେ ଗୋଟିଏ ଦିନରେ ଜଣେ ମୃତ ଓ ୧୪ ଜଣ ପଜିଟିଭ ଚିହ୍ନଟ ହେବା ପରେ କଟକ ଉପଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ଗାଁରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ଗୁରୁତର ମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଏହି ଗ୍ରାମରେ ୩୦ଟି ପରିବାର ରୁହନ୍ତି। ଏହି କଣ୍ଟେନମେଣ୍ଟ ଜୋନ୍‌ ସମୟରେ କୌଣସି ବାହାର ଲୋକଙ୍କ ଗାଁକୁ ପ୍ରବେଶ ଓ ଉକ୍ତ ଗାଁ ଲୋକ ବାହାରକୁ ଆସିବା ନେଇ କଟକଣା ଲଗାଯାଇଛି।