ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଖାଉଟି ଚିନ୍ତାରେ

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଖାଉଟି ଚିନ୍ତାରେ
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଖାଉଟି ଚିନ୍ତାରେ

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଲଗାତର ୧୨ ଦିନ ଧରି ତୈଳ ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଶନିବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୩୯ ପଇସା ବୃଦ୍ଧି ପାଇ ଲିଟର ୯୦.୫୮ ଟଙ୍କା ରହିଛି ।

ସେହିପରି ଡିଜେଲ୍ ଦାମ୍ ମଧ୍ୟ ଲିଟର ପିଛା ୩୭ ପଇସା ବୃଦ୍ଧି ପାଇ ୮୦.୯୭ ହୋଇଛି । ତୈଳ ବିପଣନ କମ୍ପାନୀ ଆଇଓସିଏଲ ଅନୁସାରେ, ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ୍ ୩୯ ଓ ଡିଜେଲ ଦାମ ୩୭ ପଇସା ବୃଦ୍ଧି ପାଇଛି । ଏହା ଉଭୟ ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛନ୍ତି ।

କିଛି ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କଲାଣି । ନୂଆ ବର୍ଷ ପେଟ୍ରୋଲିୟମ ଇନ୍ଧନ ପାଇଁ ଭଲ ନାହିଁ । ଜାନୁଆରୀ ଓ ଫେବ୍ରୁଆରୀରେ ଏବେସୁଦ୍ଧା ୨୪ ଥର ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇଲାଣି । ଏପରି ଭାବେ ମୋଟ୍ ୬ଟା ୭୭ ପଇସା ବଡିଲାଣି ପେଟ୍ରୋଲ ଦାମ୍ । ସେହିପରି ଡିଜେଲ ୭ ଟଙ୍କା ୧୦ ପଇସା ବଢିଛି ।

ଦିଲ୍ଲୀରେ ପେଟ୍ରୋଲ ଦର ୯୦ ଟଙ୍କା ୫୮ ପଇସା ଥିବା ବେଳେ ଡିଜେଲ ୮୦ ଟଙ୍କା ୯୭ ପଇସା, ମୁମ୍ବାଇରେ ପେଟ୍ରୋଲ ଦର ୯୭ ଟଙ୍କା ଥିବା ବେଳେ ଡିଜେଲ ୮୮ ଟଙ୍କା ୦୬ ପଇସା, ଚେନ୍ନାଇରେ ପେଟ୍ରୋଲ ଦର ୯୨ ଟଙ୍କା ୫୯ ପଇସା ଥିବା ବେଳେ ଡିଜେଲ ୮୫ ଟଙ୍କା ୯୮ ପଇସା, କୋଲକାତାରେ ପେଟ୍ରୋଲ ଦର ୯୫ ଟଙ୍କା ୩୩ ପଇସା ଥିବା ବେଳେ ଡିଜେଲ ୮୪ ଟଙ୍କା ୫୬ ପଇସା ରହିଛି । ତେବେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି । ବର୍ଦ୍ଧିତ ଦର ସେମାନଙ୍କୁ ବାଧୁଥିବା କହିଛନ୍ତି ।