ପୁଣି ଭାଇରଲ ହେଲା ଶ୍ରୀମନ୍ଦିର ଭିତରେ ଫଟୋ

ପୁଣି ଭାଇରଲ ହେଲା  ଶ୍ରୀମନ୍ଦିର  ଭିତରେ ଫଟୋ
ପୁଣି ଭାଇରଲ ହେଲା  ଶ୍ରୀମନ୍ଦିର  ଭିତରେ ଫଟୋ

ପୁଣିଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ୍‌ ମିଡିଆରେ ମନ୍ଦିରର ଫଟୋ  ଭାଇରଲ ହୋଇଛି।  ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ନାମକ ଏକ ଆଇଡ଼ିରେ ଶ୍ରୀମନ୍ଦିର ଭିତର ଫଟୋ ଅପଲୋଡ୍ ହୋଇଛି।

 ପ୍ରକାଶ ଯେ, ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ସମ୍ମୁଖରୁ ଏହି ଫଟୋ ନିଆଯାଇଛି । ଫଟୋଟି ଉକ୍ତ ଆଇଡିରେ ଚଳିତ ମାସ ଦୁଇ ତାରିଖରେ ପୋଷ୍ଟ ହୋଇଛି। ତେବେ କିଭଳି ପରିସ୍ଥିତିରେ ଏହି ଫଟୋ ଉଠାଗଲା ଏବଂ ଏହାକୁ କେଉଁ ବ୍ୟକ୍ତି ଉଠାଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।

 ଗତ ବର୍ଷ ଶ୍ରୀମନ୍ଦିର ଭିତର ଅନେକ ଫଟୋ ସୋସିଆଲ ମେଡ଼ିଆରେ ପ୍ରକାଶ ପରେ ବିବାଦ ସାମ୍ନାକୁ ଆସିଥିଲା ।