ପ୍ରକାଶ ପାଇଲ ଜେଇଇ ମେନ୍ ରେଜଲ୍ଟ

ପ୍ରକାଶ ପାଇଲ ଜେଇଇ ମେନ୍  ରେଜଲ୍ଟ
ପ୍ରକାଶ ପାଇଲ ଜେଇଇ ମେନ୍  ରେଜଲ୍ଟ

ଚଳିତ ମାସରେ ହୋଇଥିବା ଜେଇଇ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ୧୩ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେଥିରୁ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ଦେଶର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହୋଇଥିଲା।
ଚଳିତ ବର୍ଷ ପ୍ରଥମ ଥର ପାଇଁ ୪ଟି ପର୍ଯ୍ୟାୟ ଯଥା- ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ରେ ଜେଇଇ ମେନ୍ ପରୀକ୍ଷା କରାଯାଉଛି। ସେହିପରି ଆଜିଠାରୁ ଏପ୍ରିଲ ମାସରେ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ ହେବ।