ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ

ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ
ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ

ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଆଜି ସୂଚୀ ପ୍ରକାଶ ପାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ପରୀକ୍ଷାର୍ଥୀଙ୍କୁ ଶୁଭକାମନା ଜଣାଇ ଏହି ସୂଚନା ଦେଇଛନ୍ତି। ଏନେଇ ଶ୍ରୀ ନିଶଙ୍କ ଏକ ସିଧାପ୍ରସାରଣରେ ଏହି ସୂଚୀକୁ ଜାରି କରିଛନ୍ତି। ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷାର୍ଥୀ ଏହି ସୂଚୀ ଦେଖିପାରିବେ।

ସୂଚନା ଅନୁସାରେ ମେ’ ୪ ତାରିଖରୁ ପରୀକ୍ଷା ଆରମ୍ଭ ହେବ ଓ ଜୁନ୍ ୧୦ ତାରିଖରେ ଶେଷ ହେବ। ସେହିପରି ସିବିଏସଇ ପକ୍ଷରୁ ସମସ୍ତ ପ୍ରାକ୍ଟିକାଲ, ଇଣ୍ଟରନାଲ ଆସେସମେଣ୍ଟ ଓ ପ୍ରୋଜେକ୍ଟକୁ ମାର୍ଚ୍ଚ ୧ରୁ ଆରମ୍ଭ କରିବାରୁ କୁହାଯାଇଛି।

ମେ’ ୪ରେ ଓଡ଼ିଆ ବିଷୟରୁ ଆରମ୍ଭ ହେବ ଦଶମ ବୋର୍ଡ ପରୀକ୍ଷା ଓ ଇଂରାଜୀ ବିଷୟରୁ ଆରମ୍ଭ ହେବ ଦ୍ୱାଦଶ ବୋର୍ଡ ପରୀକ୍ଷା। ସେହିପରି ଦଶମ ଶ୍ରେଣୀ ପିଲାଙ୍କର ଗୋଟିଏ ସିଫ୍ଟ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ୨ଟି ସିଫ୍ଟରେ ପରୀକ୍ଷା ହେବ। ଦଶମ ପରୀକ୍ଷା ଦିନ ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱାଦଶ ପରୀକ୍ଷାର ପ୍ରଥମ ସିଫ୍ଟ ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ।