ପରକୀୟା ପ୍ରୀତି ପଡିଲା ମହଙ୍ଗା ଦୁଷ୍କର୍ମ ଅଭିଯୋଗ ରେ ସେବା ସମବାୟ ସମିତି ସହସମ୍ପାଦକ ଅଟକ

ପରକୀୟା ପ୍ରୀତି ପଡିଲା ମହଙ୍ଗା ଦୁଷ୍କର୍ମ ଅଭିଯୋଗ ରେ ସେବା ସମବାୟ ସମିତି ସହସମ୍ପାଦକ ଅଟକ
ପରକୀୟା ପ୍ରୀତି ପଡିଲା ମହଙ୍ଗା ଦୁଷ୍କର୍ମ ଅଭିଯୋଗ ରେ ସେବା ସମବାୟ ସମିତି ସହସମ୍ପାଦକ ଅଟକ

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଜଣେ ବିବାହିତା ମହିଳା ଙ୍କ ସହ ପରକୀୟା ପ୍ରୀତି ରେ ଲିପ୍ତ ଉକ୍ତ ଗ୍ରାମର ଜଣେ ଯୁବକ କୁ ଅଭିଯୋଗ ପରେ  ପୁଲିସ ଅଟକ ରଖିଥିବା ବେଳେ ଅଭିଯୁକ୍ତ କରୋନା ସଂକ୍ରମିତ ଥିବା ଜଣା ପଡିବା ପରେ ପୁଲିସ ଅଭିଯୁକ୍ତ କୁ ଗୃହ ସଙ୍ଗରୋଧ ରେ ରଖିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଖଜୁରୀଖମଣ ସେବା ସମବାୟ ସମିତି ରେ ସହ ସମ୍ପାଦକ ଭାବେ ଅବସ୍ଥାପିତ ଥିବା ଲକ୍ଷ୍ମୀପୁର ଗ୍ରାମର  ରତ୍ନାକାର ମହାନ୍ତ (34)ଦୀର୍ଘ ଦିନ ଧରି ଉକ୍ତ ଗ୍ରାମର ଜଣେ 27 ବର୍ଷୀୟା ବିବାହିତା ମହିଳା ଙ୍କ ସହ ସମ୍ପର୍କ ସ୍ଥାପନ କରି ଆସୁଥିଲେ l ଏନେଇ ବିବାହିତା ମହିଳା ଙ୍କ ସ୍ୱାମୀ  ପୂର୍ବରୁ ବାରକୋଟ ଥାନାରେ ଅଭିଯୋଗ କରିଥିଲେ l ତେବେ ପରେ ଏଭଳି କାର୍ଯ୍ୟରୁ ନିବୃତ ରହିବା ନେଇ  ଥାନାରେ ଚୁକ୍ତିନାମା ପରେ ଘରକୁ ଯାଇଥିଲେ l ମାତ୍ର ଏହି ସମ୍ପର୍କ ପୂର୍ବ ପାରି ଜାରି ରହିଥିଲା l ଏହି କ୍ରମରେ ଗତ ମଙ୍ଗଳବାର ରାତ୍ରୀ ପ୍ରାୟ 11ଟା ସମୟରେ ମହିଳା ଙ୍କ ସ୍ୱାମୀଙ୍କ ଅନୁପସ୍ଥିତି ରେ ଅଭିଯୁକ୍ତ ରତ୍ନାକାର ମହିଳାଙ୍କ ଘରକୁ ଆସିଥିବା ବେଳେ   ମହିଳା ଙ୍କ ସ୍ୱାମୀ ଓ ପରିବାର ଲୋକେ କାବୁକରି ଘର ର ଏକ ଖମ୍ବା ରେ ଦଉଡି ସାହାଯ୍ୟରେ ବାନ୍ଧି ବାରକୋଟ ଥାନା ପୁଲିସ କୁ ସୂଚନା ଦେଇଥିଲେ l  ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରୁ ଅଭିଯୁକ୍ତ ରତ୍ନାକର  କୁ ଉଦ୍ଧାର କରି ପଚରାଉଚୁରା ପାଇଁ ଥାନାକୁ ଆଣିଥିଲେ l ଏନେଇ ଗତକାଲି ଉକ୍ତ ମହିଳା ଅଭିଯୁକ୍ତ ରତ୍ନାକର ତାଙ୍କ ସ୍ୱାମୀ ଙ୍କ ବିରୁଦ୍ଧରେ  ଅନେକ କଥା କହି ପ୍ରେମ ଜାଲରେ ପକାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିବା ବେଳେ ବିବାହ ପାଇଁ ମନା କରିବାରୁ ଥାନାରେ ନ୍ୟାୟ ଭିକ୍ଷା କରିଥିଲେ l  ମହିଳା ଙ୍କ ଅଭିଯୋଗ ଆଧାର ରେ ବାରକୋଟ ଥାନା ପୁଲିସ ଅଭିଯୁକ୍ତ ରତ୍ନାକର ବିରୁଦ୍ଧରେ ଦୁଷ୍କର୍ମ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ କରୋନା ସଂକ୍ରମଣ ରୁ ସୁସ୍ଥ ହେବା ପରେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି