ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଜେପିର ଥାନା ଘେରାଉ

ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଜେପିର ଥାନା ଘେରାଉ
ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଜେପିର ଥାନା ଘେରାଉ

ମାହାଙ୍ଗା ଡବଲମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ କରି ଶ୍ରୀ ଜେନାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ସମସ୍ତ ଅପରାଧିଙ୍କୁ ଗିରଫ ଦାବିରେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ଥାନା ଘେରାଉ ପରିପ୍ରେକ୍ଷୀରେ ଦେବଗଡ଼ ଥାନା ଘେରାଉ କରାଯାଇଥିଲା। ଦେବଗଡ଼ ଜିଲ୍ଲା ମୁଖ୍ୟାଳୟଠାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଦେବଗଡ଼ ଆଦର୍ଶ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୋଧରେ ସ୍ୱର ଉଠାଇଲେ ବିଜେଡି ମଣିଷ ମାରୁଥିବା ନାରାଦେଇ ମନ୍ତ୍ରୀ ଶ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୋଗେଶ ଚନ୍ଦ୍ର ପ୍ରଧାନ, ସରୋଜ କୁମାର ପାଢୀ, ଚନ୍ଦ୍ରଶେଖର ମହାପାତ୍ର, ରମଣୀ କାନ୍ତ ଦାଶ, ତାପସ କୁମାର ମହାପାତ୍ର, ସତ୍ୟ ନାରାୟଣ ପାଣି, କିଶୋର କୁମାର ବେହେରା, ମହେଶ୍ୱର ପାଣିଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।