ପାରାଦୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍

ପାରାଦୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍
ପାରାଦୀପ-ବଡ଼ବିଲ ରାସ୍ତା ହେବ ୮ ଲେନ୍

ପାରଦୀପରୁ ବଡ଼ବିଲ ରାସ୍ତା ହେବ ୮ ଲେନ ବିଶିଷ୍ଟ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ସଡ଼କ ପରିବହନ ମନ୍ତ୍ରୀ ଭିକେ ସିଂହ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଓଡ଼ିଶାର ରୋଡ ସେକ୍ଟର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ପ୍ରାୟ ୩୦୦ କିଲୋମିଟର ରାସ୍ତାକୁ ୮ ଲେନ ବିଶିଷ୍ଟ କରାଯିବ। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

କେନ୍ଦୁଝରରୁ ଖଣିଜ ଦ୍ରବ୍ୟ ପରିବହନରେ ଏହି ରାସ୍ତା ବଡ଼ ଭୂମିକା ନିର୍ବାହ କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। କୋଷ୍ଟାଲ ହାଇୱେ ପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।