ପୁରୀ:ମହଣ ମହଣ ସୁନାରେ ସଜ୍ଜିତ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ:ମହଣ ମହଣ ସୁନାରେ ସଜ୍ଜିତ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ:ମହଣ ମହଣ ସୁନାରେ ସଜ୍ଜିତ ହେଲେ ଚତୁର୍ଦ୍ଧାମୂର୍ତ୍ତି

ମହଣ ମହଣ ସ୍ୱର୍ଣ୍ଣ ଓ ହୀରା, ମୋତି ମାଣିକ୍ୟ ଖଚିତ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି ମହାପ୍ରଭୁ । ଆଜି ଗରୁଡ ଶୟନ ଦ୍ୱାଦଶୀ ତିଥିରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ମହାପ୍ରଭୁ ବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ ଆଦି ପରିଧାନ କରିଥାନ୍ତି । ଦେବୀ ସୁଭଦ୍ରା କିରିଟି, ଓଡ଼ିଆଣୀ, ତଗଡି, ସେବତୀ ମାଳି ଆଦି ପରିଧାନ କରିଛନ୍ତି ।ସେହିଭଳି ମହାପ୍ରଭୁ ଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, ରୌପ୍ୟ ଶଙ୍ଖରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କରୋନା କଟକଣା ପାଇଁ କୌଣସି ଭକ୍ତଙ୍କୁ ବଡଦାଣ୍ଡକୁ ଯିବାକୁ ଅନୁମତି ନାହିଁ । ଏଥିପାଇଁ ବଡ଼ଦାଣ୍ଡରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ଟିଭିରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦେଖି ଭକ୍ତିଭାବରେ ବିଭୋର ହୋଇପଡୁଛନ୍ତି । ଆସନ୍ତାକାଲି ଅଧରପଣା ଓ ୨୩ ତାରିଖରେ ନୀଳକନ୍ଦରକୁ ବିଜେ କରିବେ ନୀଳମଣି । ଏଥିପାଇଁ ଶ୍ରୀମନ୍ଦିର ପାଖ ଓ ମାର୍କେଟ ଛକରୁ କାକୁଡ଼ିଖାଇ ଛକ ଯାଏ କର୍ଫ୍ୟୁ ଜାରି ରହିବ । ଏସବୁ ଅଞ୍ଚଳରେ ଜୁଲାଇ ୨୪ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରହିବ ।