ପରେଶ ରାୱଲ୍ ହେଲେ କୋଭିଡ ସଂକ୍ରମିତ, ମାର୍ଚ୍ଚ ୯ ରେ ନେଇଥିଲେ ଭ୍ୟାକ୍ସିନ୍

ପରେଶ ରାୱଲ୍ ହେଲେ କୋଭିଡ ସଂକ୍ରମିତ, ମାର୍ଚ୍ଚ ୯ ରେ ନେଇଥିଲେ ଭ୍ୟାକ୍ସିନ୍
ପରେଶ ରାୱଲ୍ ହେଲେ କୋଭିଡ ସଂକ୍ରମିତ, ମାର୍ଚ୍ଚ ୯ ରେ ନେଇଥିଲେ ଭ୍ୟାକ୍ସିନ୍

ବଲିଉଡ ଅଭିନେତା ତଥା ରାଜନେତା ପରେଶ ରାୱଲ କରୋନା ସଂକ୍ରମିତ ହୋଇଛନ୍ତି । ଏହାର ସୂଚନା ପରେଶ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ପେରେଶ ରାୱଲ ସୋସିଆଲ ମିଡିଆରେ କହିଛନ୍ତି, ସେ କୋଭିଡ ସଂକ୍ରମିତ ହୋଇଛନ୍ତି ଏବଂ ଏହା ସହ ସେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ କରୋନା ଟେଷ୍ଟ କରିବାକୁ ମଧ୍ୟ କହିଛନ୍ତି ।

ଶୁକ୍ରବାର ରାତିରେ ପରେଶ ରାୱଲ ଟ୍ୱିଟ୍ କରି କହିଛନ୍ତି, ‘ଦୁର୍ଭାଗ୍ୟବଶତଃ ,, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତ ୧୦ ଦିନ ଧରି ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ଦୟାକରି ନିଜର ଟେଷ୍ଟ କରାଇନିଅନ୍ତୁ ।’ ପରେଶଙ୍କ ପୋଷ୍ଟରେ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି, ଏବଂ ଅଭିନେତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । ଫ୍ୟାନ୍ସମନାଙ୍କ ସହ ଅନେକ ଷ୍ଟାରମାନେ ପରେଶଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି । ନିକଟରେ ପରେଶ ରାୱଲ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ । ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଟିକା ନେବା ବିଷୟରେ ସୂଚନା ଦେଇଥିଲେ । ପରେଶ ତାଙ୍କ ଟ୍ୱିଟରେ ଲେଖିଥିଲେ, ‘ୱି ସେ ଭ୍ୟାକ୍ସିନ୍ । ସମସ୍ତ ନର୍ସ, ଡାକ୍ତର, ଫ୍ରଣ୍ଟଲାଇନ ୱାରକର୍ସ ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ।’ ଦେଶରେ ପୁଣି ଥରେ କୋଭିଡ୍ ର ପ୍ରକୋପ ଦେଖିବାକୁ ମିଳୁଛି । ନିକଟରେ ବଲିଉଡର ଅନେକ ଷ୍ଟାରମାନେ କୋଭିଡ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି ଏହି ଷ୍ଟାରମାନଙ୍କ ମଧ୍ୟରେ କାର୍ତ୍ତିକ ଆରୟାନ୍, ଆମୀର ଖାନ୍, ଆର ମାଧବନ୍, ମିଲିନ୍ଦ ସୋମନ୍, ରଣବୀର କପୁର, ସଞ୍ଜୟ ଲୀଲା ଭନସାଲୀ, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସମେତ ଅନ୍ୟମାନେ ମଧ୍ୟ ଅଛନ୍ତି ।