ପରୀ ହତ୍ୟାକାରୀକୁ ଗରିଫ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି

ପରୀ ହତ୍ୟାକାରୀକୁ ଗରିଫ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି
ପରୀ ହତ୍ୟାକାରୀକୁ ଗରିଫ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି

ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ଆଜି ପରୀକୁ ନ୍ୟାୟ ଦେବା ଦାବିରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଝାରସୁଗୁଡା ବିଜେପି ନେତା ଦୀନେଶ ଜୈନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇ ପରୀ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବା ସହ ଓଡ଼ିଶାର ବିଭିନ୍ନ ଅଂଚଳରୁ ନିଖୋଜ ହୋଇଥିବା ୫ହଜାର ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି। ସେହିପରି ପରୀର ହତ୍ୟା ମାମଲାରେ ଏସଆଇଟି କରୁଥିବା ତଦନ୍ତ ବିଶ୍ୱସନୀୟ ହୋଇନଥିବାରୁ ଏହି ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ଏହାସହ ପରୀ ହତ୍ୟା ଘଟଣାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ରହିଛି ଏବଂ ସେ ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଫଳରେ ପରୀର ହତ୍ୟାକାଣ୍ଡକୁ ୪ ମାସରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ସୁଦ୍ଧା ପୁଲିସ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ। ଏହା ସରକାରଙ୍କ ବିଫଳତା ଓ ପୁଲିସର ନିଷ୍କ୍ରିୟତକୁ ଦର୍ଶାଉଛି। ତେଣୁ ରାଜ୍ୟ ସରକାର ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ଦୋଷୀଙ୍କୁ ଶୀଘ୍ର ଗିରଫ କରି ପରୀକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ବିଜେପିର ବରିଷ୍ଠ ସଦସ୍ୟ ଦିନେଶ ଜୈନ, ନରେଶ ନାୟକ, ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ଦୀପକ ପଟେଲ, ଦିନେଶ ଉପାଧ୍ୟାୟ, ଗୋପାଲ ପଟେଲ ଓ ନୀଳାମ୍ବର ଦଣ୍ଡସେନା ପ୍ରମୁଖଙ୍କ ସହ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।