ପୋଲିସ କର୍ମଚାରୀ ଙ୍କ ପାଇଁ ଖୁସି ଖବର , ୮ବର୍ଷ କାର୍ଯ୍ୟକଲେ ଏସଆଇ ହେବେ ଇନ୍ସପେକ୍ଟର

ପୋଲିସ କର୍ମଚାରୀ ଙ୍କ ପାଇଁ ଖୁସି ଖବର , ୮ବର୍ଷ କାର୍ଯ୍ୟକଲେ ଏସଆଇ ହେବେ ଇନ୍ସପେକ୍ଟର
ପୋଲିସ କର୍ମଚାରୀ ଙ୍କ ପାଇଁ ଖୁସି ଖବର , ୮ବର୍ଷ କାର୍ଯ୍ୟକଲେ ଏସଆଇ ହେବେ ଇନ୍ସପେକ୍ଟର

ଭୁବନେଶ୍ୱର,ପୁଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର । ପୁଲିସ ମାନୁଆଲରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁଲିସ୍ ମାନୁଆଲ୍ ଆଇନର ଧାରା ୬୫୦ (ଆଇଆଇ) ଅନୁସାରେ ସବ୍ ଇନ୍ସପେକ୍ଟର ପଦରୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇଁ ଯୋଗ୍ୟତା ମାନଦଣ୍ଡରେ କୋହଳ କରାଯାଇଛି । ପୂର୍ବରୁ ଏସ୍ଆଇ ଭାବେ ୧୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିଲେ ଇନ୍ସପେକ୍ଟର ପଦକୁ ପଦୋନ୍ନତି ମିଳୁଥିଲା । ଏବେ ମାନୁଆଲରେ ସଂଶୋଧନ ଅନୁସାରେ ୮ ବର୍ଷରେ କାର୍ଯ୍ୟ ଅଭିଜ୍ଞତା ଥିଲେ ପଦୋନ୍ନତ ମିଳିବ । ତେବେ ଏଥିପାଇଁ ଏସଆଇ ଟ୍ରେନିଂ ସମ୍ପୂର୍ଣ୍ଣ କରିବା ସହ ପରୀକ୍ଷାରେ ସଫଳତା ମିଳିଥିବା ଆବଶ୍ୟକ। ଏହି ସଂଶୋଧନ ୨୦୨୧ ବର୍ଷ ଲାଗି ତୁରନ୍ତ ଲାଗୁ କରାଯିବ ବୋଲି ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।