ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

 କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ସିଉନି ଗାଁ ନିକଟ ଏକ ପାଳଗଦା ରୁ ଏକ ନବ ଜାତ ଶିଶୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ , କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ସିଉନି ଗାଁ ନିକଟରେ ଏକ ଶିଶୁ କାନ୍ଦିବାର ଗାଁଲୋକେ ଶୁଣିଥିଲେ । ଶିଶୁଟିକୁ ଗାଁର କିଛି ମହିଳା ଉଦ୍ଧାର କରିଥିଲେ । ସ୍ଥାନୀୟ ଆଶାକର୍ମୀଙ୍କ ସହଯୋଗରେ ଶିଶୁଟିକୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଗାଁ ଲୋକ ସ୍ଥାନୀୟ ଚାଇଲ୍ଡ ଲାଇନକୁ ଖବର ଦେଇଛନ୍ତି । ତେବେ କିଏ ଓ କାହିଁକି ଏଠାରେ ଶିଶୁକୁ ଛାଡି ଚାଲିଯାଇଛି ତାହା ଜଣାପଡିନାହିଁ । ଘଟଣାର ତଦନ୍ତ ଜାରି ରହିଛି ।