ପଶ୍ଚିମ ଓଡିଶା ବିକାଶ ପରିଷଦ କୁ ଦିଆଯିବ ଦୁଇଗୁଣ ବାର୍ଷିକ ଅନୁଦାନ

ପଶ୍ଚିମ ଓଡିଶା ବିକାଶ ପରିଷଦ କୁ ଦିଆଯିବ ଦୁଇଗୁଣ ବାର୍ଷିକ ଅନୁଦାନ
ପଶ୍ଚିମ ଓଡିଶା ବିକାଶ ପରିଷଦ କୁ ଦିଆଯିବ ଦୁଇଗୁଣ ବାର୍ଷିକ ଅନୁଦାନ

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅନୁଦାନ ଦୁଇ ଗୁଣ  ଦିଆ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟକ୍ରମ ସମୀକ୍ଷା କରି ଏହାର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମ ଓଡିଶାର ୧୦ ଜିଲ୍ଲା ଓ ଆଠମଲ୍ଲିକରେ ଡବ୍ଲୁଓଡିସି କାର୍ଯ୍ୟାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୯୯୯-୨୦୦୦ରେ ଡବ୍ଲୁଓଡିସିର ବଜେଟ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୨୦୦ କୋଟି ହେବ। ପଶ୍ଚିମ ଓଡିଶାରେ ନିର୍ମାଣାଧୀନ ବୃହତ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରି ଠିକ୍ ସମୟରେ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ସମାକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

ପଶ୍ଚିମ ଓଡିଶା ଜିଲ୍ଲାଗୁଡିକରେ ସର୍ବାଧିକ ଅର୍ଥନୈତିକ ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୃଷ୍ଟି କରିବା ଲାଗି ଯୋଜନା କରାଯିବ । ସମାକ୍ଷା ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ଆର୍. କେ. ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆଶୋକ କୁମାର ମୀନା ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ 5-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।