ପିସିସି ସଭାପତି ବାପାଙ୍କ ପରଲୋକ

ପିସିସି ସଭାପତି ବାପାଙ୍କ ପରଲୋକ
ପିସିସି ସଭାପତି ବାପାଙ୍କ ପରଲୋକ

ଭୁବନେଶ୍ୱର-୧୬/୧୨/୨୦-ବାଲେଶ୍ୱର ରେମୁଣା ର ଜଣାଶୁଣା ସମାଜସେବୀ,ପୂର୍ବତନ ସେନାବାହିନୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାନ୍ତିଙ୍କ  ଆଜି ପ୍ରତ୍ୟୁଷରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ୮୯ ବର୍ଷ ବୟସରେ ପରଲୋକ ହେଇଯାଇଛି।ଗତ କିଛି ଦିନ ଧରି ସ୍ବର୍ଗତଃ ମହାନ୍ତି କର୍କଟ ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ସ୍ବର୍ଗତଃ ମହାନ୍ତି ଭାରତୀୟ ସେନା  ବାହାନିରେ ସ୍ଵଳ୍ପ ସମୟ ପାଇଁ  ଚାକିରୀ କରିଥିଲେ।ସେନା ବାହୀନି ଚାକିରୀ ଛାଡିବା ପରେ ରେମୁଣାର ନୂଆପାଢ଼ୀ ଗ୍ରାମପଞ୍ଚାୟତ ର ଏକ ବଡ ଚାଷୀଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ ଏବଂ ଅଞ୍ଚଳର ଗରିବ ଓ ଅବିହେଳିତ ଲୋକଙ୍କୁ ସାହାଯ୍ୟ କରିବା ସହିତ   ସମାଜସେବା କରିଆସୁଥିଲେ।ସ୍ବର୍ଗତଃ ମହାନ୍ତି ଜଣେ ସରଳ,ନିଷ୍ଠାପର, ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ପରଲୋକ ଖବର ଶୁଣି ରେମୁଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇ ଶେଷ ଦର୍ଶନ କରି ସ୍ବର୍ଗତଃ ମହାନ୍ତି ଙ୍କ ମରଶରୀର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।ମୃତ୍ୟୁ  ବେଳକୁ ତାଙ୍କ ପାଖରେ ତାଙ୍କର ତିନି ପୁଅ,ଝିଅ,ବୋହୁ,ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ।ତାଙ୍କର ଜ୍ୟେଷ୍ଠ ପୁତ୍ର ରଜନୀ କୁମାର ମହାନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅଛନ୍ତି।